ମୋଦିଙ୍କ ନବରତ୍ନ ! ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ ସଫଳତା ପଛରେ ରହିଛି ଏହି ୯ ଜଣଙ୍କ ହାତ ।

1,406

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହିତ ସକାଶେ ସବୁ କାମ ସ୍ୱୟଂ କରନ୍ତି ନା ତାଙ୍କ ସଫଳତା ପଛରେ ରହିଛି କାହାର ହାତ? ଏଭଳି ପ୍ରଶ୍ନ ପବ୍ଲିକ୍ ପ୍ଲେସରେ ବାରମ୍ବାର ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ସିନେମାରେ ଯେଭଳି ପରଦାରେ ଅଭିନେତା,ଅଭିନେତ୍ରୀଙ୍କ ନିଚ୍ଛକ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ ପରଦା ପଛରେ ଅନେକ ଲୋକଙ୍କ ଅବଦାନ ସିନେମାକୁ ପ୍ରସ୍ତୁତ କରିବାରେ ଥାଏ ଠିକ୍ ସେହିଭଳି ରାଜନୀତିରେ ମଧ୍ୟ ଦେଶର ପ୍ରଧାନଙ୍କ କାର‌୍ୟ୍ୟକୁ ଜନହୀତକାରୀ କରିବା ପାଇଁ କିଛି ପ୍ରଚ୍ଛଦପଟ ବିଜ୍ଞ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସହାୟତା ସକାଶେ ଆପୋଏଣ୍ଟ କରିଥାନ୍ତି । ନରେନ୍ଦ୍ର ମୋଦି ମଧ୍ୟ ଏହିଭଳି ବଛା ବଛା ୯ ଜଣ ବିଜ୍ଞ ଏବଂ କୁଟନୀତିରେ ପ୍ରବୀଣ ବ୍ୟକ୍ତିବିଶେଷଙ୍କୁ ନିଜ ଚାରିପାଖେ ରଖିଛନ୍ତି । ତେବେ ଏହି ବ୍ୟକ୍ତିଙ୍କୁ ଆପଣ ନେତା ନୁହଁ ବରଂ ଉଚ୍ଚଶ୍ରେଣୀ ଅଫିସର କହିପାରିବେ । ଆସନ୍ତୁ ନମୋଙ୍କ ଏହି ୯ ଶକ୍ତି ବିଷୟରେ ଜାଣିବା ।

୧. ଅଜିତ୍ ଡୋଭାଲ୍ (ନ୍ୟାସନାଲ୍ ସିକ୍ୟୁରିଟି ଆଡଭାଇଜର୍)

ପାକିସ୍ଥାନରେ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାକ୍ର ମାଷ୍ଟରମାଇଣ୍ଡ ହେଉଛନ୍ତି ଅଜିତ୍ ଡୋଭାଲ୍ । କୁହାଯାଏ ନମୋଙ୍କ ପ୍ରତିଟି ସିକ୍ୟୁରିଟୀ ମାମଲାର ଉତ୍ତର ହେଉଛନ୍ତି ଡୋଭାଲ୍ ।ର’,ଇଣ୍ଟେଲିଜେନସ୍ ବ୍ୟୁରୋ ଏବଂ ନ୍ୟାସନାଲ୍ ଟେକ୍ନିକାଲ୍ ରିସର୍ଚ୍ଚ ଅର୍ଗନାଇଜେସନ୍ ଏହି ତିନି ବିଭାଗର ମଙ୍ଗ ରହିଛି ଡୋଭାଲଙ୍କ ହାତରେ । ଇନୋଭେଟିଭ୍ ଆଇଡିଆ ସହ ସେ ପ୍ରତିକ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଇଁ ଆଗଭର ରହିଥାନ୍ତି ।

୨. ନୁପେନ୍ଦ୍ର ମିଶ୍ରା (ପିଏମଙ୍କ ପ୍ରିନ୍ସିପାଲ୍ ସେକ୍ରେଟାରୀ)

ପିଏମଙ୍କ ଭିଜନକୁ ନୁପେନ୍ଦ୍ର ଜନତାଙ୍କ ମଧ୍ୟରେ ପହଞ୍ଚାଇଥାନ୍ତି । ନୁପେନ୍ଦ୍ରଙ୍କୁ ନିଜ ୯ ଶକ୍ତିରେ ସାମିଲ୍ କରିବା ପାଇଁ ମୋଦିଙ୍କୁ ଅନେକ ନିୟମ ପରିବର୍ତ୍ତନ କରିବାକୁ ପଡିଥିଲା । ୨୦୧୪ ସରକାର ଆରମ୍ଭ କରିବାର ପ୍ରଥମ ଅବସ୍ଥାରେ ନୁପେନ୍ଦ୍ରଙ୍କୁ ଅଣାଯାଇଥିଲା । ରବିବାର ତଥା ଛୁଟିଦିନମାନଙ୍କରେ ମଧ୍ୟ କାମ କରିବାକୁ ପସନ୍ଦ କରନ୍ତି ଏବଂ ଶୀଘ୍ରକାମକୁ ମଧ୍ୟ ପ୍ରୋତ୍ସାହନ ଦିଅନ୍ତି ।

୩. ପି.କେ ମିଶ୍ରା (ପିଏମଙ୍କ ଆଡିସନାଲ୍ ପ୍ରିନ୍ସିପାଲ୍ ସେକ୍ରେଟାରୀ)

କେଉଁ କେଉଁ ସଦସ୍ୟ ପିଏମଓ ଏବଂ ପିଏସୟୁର ପାଇଁ ଉପଯୁକ୍ତ ଏହା ବିଷୟରେ ପି.କେ ମିଶ୍ରା ଅଧିକ ଧ୍ୟାନ ଦେଇଥାନ୍ତି । ଯେତେବେଳେ ମୋଦି ୨୦୦୧ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେ ପ୍ରିନ୍ସିପାଲ୍ ସେକ୍ରେଟାରୀ ଥିଲେ ।

୪ . ପ୍ରଦୀପ କୁମାର ସିହ୍ନା (କ୍ୟାବିନେଟ୍ ସେକ୍ରେଟାରୀ)

ଜିଏସଟି ଆଇନ୍ ପ୍ରସ୍ତୁତ କରିବାରେ ସିହ୍ନାଙ୍କର ବହୁତ    ବଡ ହାତ ଥିଲା । ସେ ସମସ୍ତଙ୍କୁ ଜିଏସଟି ବିଷୟରେ ବୁଝାଇବାର ମଧ୍ୟ ଦାୟିତ୍ୱ ନେଇଥିଲେ । ଉର୍ଜିତ୍ ପଟ୍ଟେଲଙ୍କୁ ଗଭର୍ଣ୍ଣର କରିବାର ଡିସିସନ୍ ମଧ୍ୟ ସେ ନିଜେ ନେଇଥିଲେ ।

୫ . ଶକ୍ତିକାନ୍ତ ଦାସ (ଇକୋନୋମିକ୍ ଆଫାୟାର୍ ଅଫିସର)

ଭାରତକୁ ବିଦେଶରେ ରିପ୍ରେଜେଣ୍ଟ କରୁଥିବା ଅଫିସର ହେଉଛନ୍ତି ଶକ୍ତିକାନ୍ତ ଦାସ । ମୁଦ୍ରା ବିମୁଦ୍ରୀକରଣ,ଏଫଡିଆଇ ଏବଂ ଟ୍ୟାକ୍ସ ସହ ଜଡିତ ଥିବା ଆଇନରେ ପରିବର୍ତ୍ତନ କରିବା ଦାୟିତ୍ୱରେ ସେ ଖୁବ୍ ଭଲ ପ୍ରଦର୍ଶନ କରନ୍ତି ।

୬ . ଏସ୍.ଜୟଶଙ୍କର (ବୈଦେଶିକ ସେକ୍ରେଟାରୀ)

ୱାସିଙ୍ଗଟନ୍ ,ବେଜିଙ୍ଗ ଏବଂ ମସ୍କୋରେ କାମ ସକାଶେ ସେ ଅଧିକ ସମୟ ବିତାଇଥାନ୍ତି । ତାଙ୍କୁ ମୋଦିଙ୍କ ଫରେନ୍ ପଲିସିର ଡାହାଣ ହାତ ବୋଲି କୁହାଯାଏ । ଜାନୁୟାରୀ ୨୮ ତାରିଖରେ ତାଙ୍କ କାର‌୍ୟ୍ୟକାଳ ଶେଷ ହେଉଥିବାବେଳେ ନିଜ କାମରେ ନିଚ୍ଛକତା ଦେଖି ତାଙ୍କ କାର‌୍ୟ୍ୟକାଳକୁ ଆଗକୁ ବଢାଇ ଦିଆଯାଇଥିଲା ।

୭ . ଅମିତାଭ କାନ୍ତ (ସିଇଓ,ନୀତି ଆୟୋଗ)

ଦିଲ୍ଲୀ ରାଜନୀତି ଏବଂ ସମାଜର ବଡ କାମରେ ଅମିତାଭଙ୍କ ନାଁ ରହିଛି । ଭୀମ୍ ଆପକୁ ଲଞ୍ଚ୍ କରିବାରେ ଅମିତାଭ ପ୍ରମୁଖ ଭୁମିକା ନିଭାଇଥିଲେ ।

୮. ହଂସମୁଖ ଆଧିୟା (ରେଭେନ୍ୟୁ ସେକ୍ରେଟାରୀ)

ମୁଦ୍ରା ବିମୁଦ୍ରୀକରଣ ସମୟରେ ମୋଦିଙ୍କ ସହ ଆଧିୟାଙ୍କୁ ହିଁ ପ୍ରତିଟି କଥାର ବିବରଣୀ ରହିଥିଲା । ଟ୍ୟାକ୍ସରେ ଜଡିତ ଥିବା ରିଫର୍ମ କରିବା ଦାୟିତ୍ୱ ଆଧିୟାଙ୍କ ହାତରେ ନ୍ୟସ୍ତ ଅଛି ।

୯. ଭାଷ୍କର ଖୁଲୱେ (ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ)

ସଚ୍ଚୋଟ ଏବଂ କାମରେ ମାହିର୍ ଥିବା ବ୍ୟକ୍ତିବିଶେଷଙ୍କୁ ଭାଷ୍କର ଆପୋଏଣ୍ଟ୍ କରିଥାନ୍ତି ।