ଶରୀର ପାଇଁ ଘାତକ ସାଜିପାରେ ଗର୍ଭନିରୋଧକ ବଟିକା ! ଜାଣନ୍ତୁ ଏହି ବଟିକାର ୪ ଟି କ୍ଷତି ବିଷୟରେ ଥରେ ଜାଣିଲେ ଖାଇବା ପୂର୍ବରୁ ଦଶଥର ଭାବିବେ । 

7,925

ଖୁବ୍ କମ୍ ଲୋକ ହିଁ ଜାଣିଛନ୍ତି କି ଦୁନିଆର ୧୦ କୋଟିରୁ ଅଧିକ ଯୁବତୀ ଗର୍ଭନିରୋଧକ ବଟିକାର ବ୍ୟବହାର କରନ୍ତି । ଯେଉଁଥିରୁ ୧ କୋଟି ଭାରତର । ଗର୍ଭନିରୋଧକ ବଟିକାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠେ । ଅଧିକ ଲୋକ ଏହା ବି ଜାଣିନଥାନ୍ତି କି ଏହି ବଟିକା ଦେହ ପାଇଁ ଲାଭଦାୟକ ହୋଇଥାଏ ନା ହାନିକାରକ । ତେବେ ଆପଣ ଯଦି ଭାବୁଛନ୍ତି ଯେ ଏହି ବଟିକା ଖାଇଲେ କିଛି ଅସୁବିଧା ହୋଇନଥାଏ ତେବେ ଏହା ଆପଣଙ୍କ ଭୁଲଧାରଣା । ଆଜି ଆମେ ଆପଣଙ୍କୁ ଏଭଳି ୪ ଟି କଥା କହିବାକୁ ଯାଉଛୁ ଯାହା ଏହି ବଟିକା ଖାଇବା ଦ୍ୱାରା ଶରୀର ଭୋଗିଥାଏ ।

ଓଜନ : ଯେଉଁ ଯୁବତୀମାନେ ଲଗାତାର ଗର୍ଭନିରୋଧକ ବଟିକାର ସେବନ କରିଥାନ୍ତି ସେମାନଙ୍କ ଓଜନ ସାଧାରଣ ଠାରୁ ଅଧିକ ବଢିଯାଏ । ବେଳେବେଳେ ଓଜନ ଏତେ ଅଧିକ ବଢିଯାଏ ଯେ ଯୁବତୀଙ୍କୁ ଅନେକ ରୋଗର ଶିକାର ହେବାକୁ ପଡେ । ତେଣୁ ଡାକ୍ତରଙ୍କ ଅନୁମତି ବିନା ଏହି ବଟିକାକୁ ଖାଇବାର ଭୁଲ୍ କରନ୍ତୁ ନାହିଁ ।

ରକ୍ତର ଅଶୁଦ୍ଧତା : ଗର୍ଭନିରୋଧକ ବଟିକାର ଲଗାତାର ସେବନ ରକ୍ତର ଅଶୁଦ୍ଧତାର ବି ଏକ ବଡ କାରଣ ହୋଇଥାଏ । ଯଦି କୌଣସି ଯୁବତୀଙ୍କ ରକ୍ତରେ ଅଶୁଦ୍ଧତା ଦେଖାଦିଏ ତେବେ ଅଳ୍ପ କ୍ଷତ ହେବା କ୍ଷଣି ଅଧିକ ରକ୍ତ ବୋହିବା ଭଳି ଅସୁବିଧା ଦେଖାଦିଏ ।

ରୋଗପ୍ରତିରୋଧକ କ୍ଷମତା : ଗର୍ଭନିରୋଧକ ବଟିକାର ଆଉ ଏକ ଖରାପ ଗୁଣ ହେଉଛି ଏହାକୁ ଯେତେ ଅଧିକ ବ୍ୟବହାର କରିବେ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ । ଇମ୍ୟୁନିଟି ସିଷ୍ଟମ କମିଯିବା ପରେ ମହିଳାଙ୍କୁ ଅଧିକ ରୋଗ ମଧ୍ୟ ହୋଇଥାଏ ଏବଂ ଏହି ରୋଗ ଶୀଘ୍ର ମଧ୍ୟ ଠିକ୍ ହୋଇନଥାଏ ।

ଛୁଆ ଜନ୍ମ କରିବା କ୍ଷମତା କମିଯିବା : ଗର୍ଭନିରୋଧକ ବଟିକାର ଅଧିକ ସେବନ କରିବାଦ୍ୱାରା ମୁଣ୍ଡବ୍ୟଥା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଯାଏ । ବେଳେବେଳେ ସମସ୍ୟା ଏତେ ବଢିଯାଏ ଯେ ବନ୍ଧ୍ୟାପଣରେ ମଧ୍ୟ ଆକ୍ରାନ୍ତ ହେବାକୁ ପଡେ ।