ଏମିତି ଜଣେ ସନ୍ତାନ ଯାହାଙ୍କ ଜନ୍ମପତ୍ରିକାରେ ଲେଖାହେବ “ପିତାବିହୀନ ସନ୍ତାନ” । ଅଧିକ ଜାଣିବା ପାଇଁ ପଢନ୍ତୁ ପୁରା ଖବର । 

44

ତଓ୍ଵିଶି ପେରାରା ହୋଇ ପାରନ୍ତି ଭାରତର ‘ବିନା ବାପରେ ପିଲା’। ତାଙ୍କ ସାର୍ଟିଫିକେଟ୍ରେ ଲେଖାଯିବ: ‘ଚାଇଲ୍ଡ୍ ଉଇଦାଉଟ୍ ଏ ଫାଦର’। ସାର୍ଟିଫିକେଟ୍ ଫର୍ମାରେ ଏଭଳି ଜାଗାଟିଏ ଖାଲି ରଖିବା ପାଇଁ ନିର୍ଦ୍ଧେଶ ଦେଇଥିବା ମାଡ୍ରାସ୍ ହାଇକୋର୍ଟଙ୍କୁ ଧନ୍ୟବାଦ। ଏ ଭଳି ଆଶ୍ୱସ୍ତି ପାଇବା ପିଲାଟିର ମା’ ମତୁମିତା ରମେଶଙ୍କ ପାଇଁ ସହଜ ନ ଥିଲା। ବାପାଙ୍କ ନାଁ ନ ଥାଇ ଝିଅ ନିମନ୍ତେ ଜନ୍ମପ୍ରମାଣ ପତ୍ର କରାଇବା ପାଇଁ ନିଶ୍ଚିତ ହେବା ଲାଗି ତାଙ୍କୁ ଦୁଇ ପର୍ୟ୍ୟାୟରେ କୋର୍ଟ କଚେରି ଧାଇଁବାକୁ ପଡ଼ିଥିଲା। ପାରସ୍ପରିକ ସହମତି କ୍ରମେ ମତୁମିତା ତାଙ୍କ ସ୍ୱାମୀ ଚରଣ ରାଜଙ୍କ ଠାରୁ ପୃଥକ୍ ହେବା ପରେ ଇଣ୍ଟ୍ରାୟୁଟେରିନ୍ ଫର୍ଟିଲିଟି ଟ୍ରିଟମେଣ୍ଟ୍ ଜରିଆରେ ଜଣେ ସିମେନ୍ ଡୋନର୍ଙ୍କ ସହାୟତା କ୍ରମେ ଏପ୍ରିଲ୍ ୨୦୦୭ରେ ତଓ୍ଵିଶି ନେଇଥିଲା।ଚିକିତ୍ସା କାଳରେ ମତୁମିତାଙ୍କୁ ସହାୟତା କରିଥିବାରୁ ପିଲାର ବାପ ସ୍ଥାନରେ ମନୀଷ ମୀନା ନାମକ କୌଣସି ଏକ ଲୋକଙ୍କ ନାଁ ଉଲ୍ଲେଖ କରି ବାର୍ଥ ସାର୍ଟିଫିକେଟ୍ ଇସ୍ୟୁ କରିଥିଲେ ଟିଚି କର୍ପୋରେସନ୍ କମିସନର୍। କିନ୍ତୁ, ପରେ ମତୁମିତା ସେ ସାର୍ଟିଫିକେଟ୍ରୁ ମୀନାଙ୍କ ନାମ ହଟାଇବାକୁ କର୍ତ୍ତୃପକ୍ଷଙ୍କ କହିବାରୁ ସେମାନେ କହିଥିଲେ , ନାଁ ହଟାଇବା ସମ୍ଭବପର ନୁହେଁ। ଯଦି କହିବେ କୌଣସି ସଂଶୋଧନ କରି ହେବ।୨୦୦୭ରେ ସେପ୍ଟେମ୍ବର୍ ୪ ତାରିଖରେ ଏହାକୁ ଚାଲେଞ୍ଜ୍ କରି ସେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ସେ ସାର୍ଟିଫିକେଟଟିକୁ ପରିବର୍ତ୍ତନ କରିବାକୁ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ, ରେଭିନ୍ୟୁ ଡିଭିଜିନାଲ୍ ଅଫିସର୍ ପୁଣି ଥରେ ମତୁମିତାଙ୍କ ଆବେଦନକୁ ଖାରଜ କରିଥିଲେ। ସେ କହିଥିଲେ ଏ ମାମଲା ଜନ୍ମମୃତ୍ୟୁ ରେଜିଷ୍ଟ୍ରାର୍ ହିଁ ସମାଧାନ କରି ପାରିବେ। ମତୁମିତା ପୁଣି ଥରେ ଅଦାଲତରେ ଆବେଦନ କଲେ। ସେଠାରେ ତାଙ୍କ ଓକିଲ ଯୁକ୍ତି ବାଢ଼ି ଥିଲେ ଯେ , ଭୁଲ୍ କ୍ରମେ ମୀନାଙ୍କ ନାଁ ସାର୍ଟିଫିକେଟ୍ରେ ଉଠିଯାଇଛି। ମଜାର କଥା ହେଲା ମୀନା ଏବଂ ମତୁମିତାଙ୍କର ପୂର୍ବତନ ପତି ଚରଣ ରାଜ ପୃଥକ୍ ପୃଥକ୍ ସତ୍ୟପତ୍ର ଦାଖଲ କରି ଦର୍ଶାଇ ଥିଲେ, ସେମାନଙ୍କ ମଧ୍ୟରୁ କେହି ସେ ପିଲାଟିର ବାପା ନୁହନ୍ତି। ଇଣ୍ଟ୍ରାୟୁଟେରିନ୍ ଫର୍ଟିଲିଟି ଟ୍ରିଟମେଣ୍ଟ୍ ଜରିଆରେ ଜଣେ ସିମେନ୍ ଡୋନରଙ୍କ ସହାୟତାରେ ଅନ୍ତଃସତ୍ତ୍ୱା ହେବା ଜାଣିବା ପରେ ଜଷ୍ଟିସ୍ ଏମ୍ ଏସ୍ ରମେଶ ମତୁମିତାଙ୍କ ଦାବି ମଞ୍ଜୁର କରିଥିଲେ। ଜଷ୍ଟିସ୍ ରମେଶ ଏ କଥା ବର୍ଣ୍ଣନା କରିବା ସହ ଟ୍ରିଚି କର୍ପୋରେସନ୍ ହେଲଥ୍ ଅଫିସରଙ୍କୁ ନିର୍ଦ୍ଧେଶ ଦେଇଥିଲେ , ବାପାଙ୍କ ନାଁ ପାଇଁ ଉଦ୍ଧିଷ୍ଟ ଫର୍ମାରୁ ମୀନାଙ୍କ ନାମ କାଟି ଦିଆଯାଉ।