ଭାରତୀୟ ହେଲେ ୧୧୪ ପାକିସ୍ତାନୀ ! କହିଲେ, କାହିଁକି ସବୁ ଛାଡ଼ିକି ଆସିଲେ ଭାରତ

53

ଭାରତୀୟ ହେଲେ ୧୧୪ ପାକିସ୍ତାନୀ । ନନ୍ଦଲାଲ ମେଘାନୀ, ଡଃ. ବିଶନଦାସ ମନକାନୀ ଓ କିଶନଲାଲା ଅଡାନୀଙ୍କ ଖୁସିର ସୀମା ନାହିଁ । ଏହି ତିନି ଜଣ ସେହି ୧୧୪ ପାକିସ୍ତାନୀ ଲୋକଙ୍କ ମଧ୍ୟରୁ ଜଣେ ଜଣେ ଯିଏ ନିକଟରେ ଭାରତୀୟ ନାଗରିକତ୍ଵ ଗ୍ରହଣ କରିଛନ୍ତି । ଶୁକ୍ରବାର ଏହି ସମସ୍ତଙ୍କୁ ଭାରତୀୟ ନାଗରିକତ୍ଵର ପ୍ରମାଣ ପତ୍ର ମିଳିଛି।

କଣ ପାଇଁ ଛାଡ଼ିଲେ ପାକିସ୍ତାନ – 

ଅହମ୍ମଦାବାଦର ଘାଟଲୋଡିଆରେ ରହୁଥିବା ୫୦ ବର୍ଷୀୟ ନନ୍ଦଲାଲ ମେଘାନୀ କହିଛନ୍ତି ୧୬ ବର୍ଷ ପୂର୍ବେ ସେ ପାକିସ୍ତାନର ସିନ୍ଧରୁ ନିଜ ପତ୍ନୀ ଓ ପୁଅଙ୍କ ସହ ଭାରତ ଚାଲି ଆସିଥିଲେ। ଭାରତରେ ନୂତନ ଜୀବନ ଜିଇଁଵା ପାଇଁ ସେ ନିଜର ଘର ଓ ବ୍ୟବସାୟ ବିକ୍ରି କରି ଭାରତ ଚାଲି ଆସିଥିଲେ । ଭାରତୀୟ ସାଧାରଣ ଲୋକଙ୍କ ଜୀବନ ଶୈଳୀ ପ୍ରତି ସେମାନେ ବହୁତ ପ୍ରଭାବିତ ହୋଇଥିଲେ ଏବଂ ଏଠାକାର ନାଗରିକତ୍ଵ ପାଇଁ ଆବେଦନ କରିଥିଲେ ।

ପାକିସ୍ତାନରେ ଆତଙ୍କବାଦ ଯୋଗୁଁ ଜୀବନ ଦୁର୍ବିସହ ମନେ ହେଉଥିଲା – 

ଆତଙ୍କବାଦର ମାତ୍ରା ସେଠାରେ ଏତେ ବୃଦ୍ଧି ପାଇଛି ଯେ ସେଠାରେ ଜୀବନ ବିତାଇବା କଷ୍ଟକର । ସବୁଦିନ ଗୋଳା ବାରୁଦ ଭିତରେ ବିତୁଥିଲା ଜୀବନ । ରାତିରେ ଶୋଇଲେ ସକାଳେ ଉଠିବେ କି ନାହିଁ ଜଣାନଥିଲା । ଡରି ଡରି ଜୀବନ ଯାଉଥିଲା, ତେଣୁ ଭାରତରେ ଶରଣ ନେବା ପାଇଁ ସେମାନେ ଉଚିତ୍ ମଣିଥିଲେ ।

ପାକିସ୍ତାନରୁ ଆସିଥିବା ୫୯ ବର୍ଷୀୟ କିଶନଲାଲ ଅଡାନୀ କହିଛନ୍ତି, ଯେ ୨୦୦୫ରେ ପତ୍ନୀ ଓ ୪ ପୁଅକୁ ନେଇ ସେ ଭାରତ ଚାଲି ଆସିଥିଲେ । ଭାରତରେ ନିଜର ପୁଅଙ୍କ ସହ ମିଶି କଂସା ବାସନ ଦୋକାନ ଦେଇ ବ୍ୟବସାୟ ଆରମ୍ଭ କରିଦେଇଥିଲେ । ସେ କହିଛନ୍ତି, ଯେ ପାକିସ୍ତାନ ଆତଙ୍କବାଦୀ ଗଡ଼ରେ ପରିବର୍ତ୍ତିତ ହୋଇଛି । ଭାରତ ସୁରକ୍ଷିତ ଏବଂ ପାକିସ୍ତାନ ଅପେକ୍ଷା ବହୁତ ଗୁଣରେ ବିକଶିତ ମଧ୍ୟ ବୋଲି କହିଛନ୍ତି ।

                                        ସୌଜନ୍ୟ-ନବଭାରତ.ଟାଇମ୍ସ