ନିୟମ କୋହଳ କଲା ଭାରତୀୟ ରେଳବାଇ ! ଅଧିକ ଲଗେଜ୍ ନେଲେ ମଧ୍ୟ ଦେବାକୁ ପଡିବନି ଜରିମାନା ।

52

କିଛି ଦିନ ପୂର୍ବରୁ ଭାରତୀୟ ରେଳବାଇ ତରଫରୁ ଯାତ୍ରୀଙ୍କୁ ଟ୍ରେନରେ ଅଧିକ ଲଗେଜ ନେଲେ ଜରିମାନା ଲାଗୁ ହେବା ଘୋଷଣାକୁ ଏବେ କୋହଳ କରି ଦିଆଯାଇଛି । ରେଳବାଇ ତରଫରୁ ଘୋଷଣା କରାଯାଇଥିଲା ଯେ ବିମାନ ଯାତ୍ରୀଙ୍କ ପରି ଟ୍ରେନ ଯାତ୍ରୀଙ୍କୁ ମଧ୍ୟ ଅଧିକ ଲଗେଜ ପାଇଁ ଜରିମାନା ଦେବାକୁ ପଡିବ ଏବଂ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ମଧ୍ୟ ଜାରି କରାଯିବ । ସ୍ଲିପରରେ ଯାତ୍ରା କରୁଥିବା ଯାତ୍ରୀମାନେ ୪୦ କେଜି ଓ ଦ୍ୱିତିୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୩୫ କେଜି ଲଗେଜ ମାଗଣାରେ ନେଇପାରିବେ । ଯେଉଁ ଯାତ୍ରୀମାନେ ଅଧିକ ଓଜନର ବ୍ୟାଗ୍ ନେଇ ଯାତ୍ରା କରିବେ ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଅଧିକ ଲଗେଜ ନେବା ପାଇଁ ହେଲେ ଯାତ୍ରୀଙ୍କୁ ଆଗୁଆ ବୁକିଙ୍ଗ କରିବାକୁ ପଡିବ । ବଡ ବଡ ଲଗେଜଗୁଡିକୁ ଲଗେଜ ଭ୍ୟାନରେ ପଠାଇବାର ବ୍ୟବସ୍ଥା କରାଯିବ । ଏସବୁ ନିୟମ ଉଳ୍ଲଂଘନ କଲେ ଯାତ୍ରୀଂକୁ ୬ଗୁଣା ଅର୍ଥ ଜରିମାନା ଦେବାକୁ ପଡିବ ।

ଆହୁରି କୁହାଯାଇଥିଲା ଯେ ଏହି ନିୟମ ଜୁନ୍ ୧ ରୁ ୬ ଜୁନ୍ ପର୍ଯ୍ୟନ୍ତ ଚାଲୁ ରହିବା ସହ ରିଜର୍ଭ କୋଚମାନଙ୍କରେ ଲାଗୁ କରାଯିବ। ଏହି ନିର୍ଦ୍ଧାରିତ ଓଜନରୁ ଅଧିକ ଓଜନର ଲଗେଜ୍ ନେଇ ଯାତ୍ରା କଲେ ଜରିମାନା ଦେବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଥିଲା ।

କିନ୍ତୁ ଏବେ ସୁଚନା ମିଳିଛି ଯେ ରେଳବାଇ କେବଳ ଯାତ୍ରୀଙ୍କୁ ସତର୍କ କରିବା ପାଇଁ ଏଭଳି ଘୋଷଣା କରିଥିଲେ । ଅଧିକ ଲଗେଜ୍ ନେବା ଦ୍ୱାରା ଅନ୍ୟ ସହଯାତ୍ରୀଙ୍କୁ ନାହିନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ଯାହା ଫଳରେ ରେଳବାଇ ଲୋକଙ୍କୁ ଜାଗୃତ କରିବା ପାଇଁ ଏଭଳି ଏକ ଘୋଷଣା କରିଥିଲେ ।