ଆଇପିଏଲ ନିଲାମୀ ପାଇଁ ଓଡ଼ିଶାରୁ ୭ ଖେଳାଳି ! ସବୁଠାରୁ ଧନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ୧୧୨୨ ଖେଳାଳିଙ୍କ ଭିତରେ ହେବ ଲଢେଇ

65

ଆଇପିଏଲ ମହାସମର ପାଇଁ ବିଗୁଲ ବାଜିବାକୁ ଆଉ ଦିନ କେଇଟା ବାକି ରହିଛି । ଫଟାଫଟ କ୍ରିକେଟର ମଜା ନେବା ପାଇଁ ଦର୍ଶକ ମାନେ ମଧ୍ୟ ଚାହିଁ ରହିଛନ୍ତି । ଏହାପୂର୍ବରୁ ଜାନୁଆରୀ ୨୭ ଓ ୨୮ରେ ଖେଳାଳି ନିଲାମ ପ୍ରକିୟା ଅନୁଷ୍ଠିତ ହେବ । ଚଳିତଥର ନିଲାମୀ ପ୍ରକିୟାରେ ବଡ ପ୍ଲେୟାରଙ୍କୁ ଦେଖିବାକୁ ମିଳିବ । ତେବେ ନିଲାମୀ ପାଇଁ ଖେଳାଳି ଚୟନ ପ୍ରକିୟା ଶେଷ ହୋଇଛି । ଫଟାଫଟ କ୍ରିକେଟ ମ୍ୟାଚର ଧୂଆଁଧାର ବ୍ୟାଟସମ୍ୟାନ ଯୁବରାଜ ସିଂହ, ରେକର୍ଡ ମେକର କ୍ରିସ ଗେଲ, ଜୋ ରୁଟ ସେନ ୱାଟସନଙ୍କ ଭଳି ତାରକା ଖେଳାଳିଙ୍କ ସମେତ ୧୧୨୨ ଖେଳାଳି ଆଇପିଏଲ ନିଲାମୀ ପାଇଁ ନାଁ ରେଜିଷ୍ଟ୍ରେସନ କରିଛନ୍ତି । ବାଙ୍ଗେଲୋରରେ ହେବାକୁ ଥିବା ନିଲାମୀ ପ୍ରକିୟାରେ ଗୌତମ ଗମ୍ଭୀର, ଆର ଅଶ୍ୱିନୀ, ଆଜିଙ୍କ୍ୟ ରାହାଣେ, କୁଳଦୀପ ଯାଦବ, ମୁରଲୀ ବିଜୟ ଓ କେଏଲ ରାହୁଲଙ୍କ ଭଳି ଭାରତୀୟ କ୍ରିକେଟ ତାରକାଙ୍କ ନାଁରେ ମୋହର ବାଜିପାରେ ।

ipl 11ନିଲାମୀ ପାଇଁ ଚୟନ କରାଯାଇଥିବା ଖେଳାଳିଙ୍କ ତାଲିକା ଆଇପିଏଲର ୮ଟି ଟିମକୁ ପଠାଯାଇଛି । ଏହି ତାଲିକାରେ ସ୍ଥାନ ପାଇଥିବା ଖେଳାଳିଙ୍କ ମଧ୍ୟରୁ ୨୮୧ ଜଣ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ସାରିଛନ୍ତି । ସେହିଭଳି ୮୩୮ ଜଣ ନୂଆ ଖେଳାଳି ନିଲାମ ପ୍ରକିୟାରେ ଭାଗ ନେଇଛନ୍ତି । ଏଥିମଧ୍ୟରୁ ୭୭୮ ଜଣ ଭାରତୀୟ ହୋଇଥିବା ବେଳେ ବାକି ଖେଳାଳି ତିନ ଆସୋସିଏଟ ଦେଶର ଖେଳାଳି । ତେବେ ଚଳିତଥର ନିଲାମୀ ପାଇଁ ଓଡ଼ିଶାରୁ ୭ ଜଣ ଖେଳାଳି ଆବେଦନ କରିଥିବା ଜଣା ପଡିଛି । ଗୋବିନ୍ଦ ପୋଦ୍ଦାର, ବିପ୍ଲବ ସାମନ୍ତରାୟ,ରାଜେଶ ଧୂପର, ଶୁଭ୍ରାଂଶୁ ସେନାପତି, ସୂର୍ଯ୍ୟକାନ୍ତ ପ୍ରଧାନ, ଶୁଭମ ନାୟକ ଓ ଅଭିଷେକ ରାଉତ ନିଲାମୀ ପାଇଁ ଆବେଦନ କରିଥିବା ଓସିଏ ପକ୍ଷରୁ କୁହାଯାଇଛି ।

ନିଲାମ ପାଇଁ ୧୧ ଜଣଙ୍କ ତାଲିକା ଦେବାକୁ ଓସିଏକୁ ଆଇପିଏଲ୍ ପକ୍ଷରୁ କୁହାଯାଇଥିଲା। ଓସିଏ ମଧ୍ୟ ୧୧ ଜଣଙ୍କ ନାମ ଚୟନ କରିଥିଲା। ଉପରୋକ୍ତ ଖେଳାଳିଙ୍କ ବ୍ୟତୀତ ସନ୍ଦୀପ ପଟ୍ଟନାୟକ, ବସନ୍ତ ମହାନ୍ତି, ଦୀପକ ବେହେରା ଓ ଦେବବ୍ରତ ପ୍ରଧାନଙ୍କୁ ମଧ୍ୟ ଆବେଦନ କରିବାକୁ କୁହାଯାଇଥିଲା। ୧୧ ତାରିଖ ପର୍ୟ୍ୟନ୍ତ ଆବେଦନ କରିବାର ଶେଷ ସମୟ ଧାର୍ୟ୍ୟ କରାଯାଇଥିଲା। ହେଲେ ଏହି ଅବଧି ସୁଦ୍ଧା ସନ୍ଦୀପ, ବସନ୍ତ, ଦୀପକ ଓ ଦେବବ୍ରତ ଆବେଦନ କରିପାରିନଥିବା ଜଣାପଡ଼ିଛି। ପୂର୍ବରୁ ଏମାନଙ୍କ ମଧ୍ୟରୁ କେବଳ ବିପ୍ଳବ ସାମନ୍ତରାୟଙ୍କ ଆଇପିଏଲ୍ ଖେଳିବାର ଅଭିଜ୍ଞତା ରଖିଥିଲା ବେଳେ ଗତ ଦୁଇ ସଂସ୍କରଣରେ ବିପ୍ଳବଙ୍କ ସହ ଗୋବିନ୍ଦ, ର୍ସୂଯ୍ୟକାନ୍ତଙ୍କୁ ଟ୍ରାଏଲ୍ସ ପାଇଁ ଡକାଯାଇଥିଲା। କିନ୍ତୁ ସେମାନଙ୍କୁ ଚୂଡ଼ାନ୍ତ ଦଳ ପାଇଁ ଚୟନ କରାଯାଇନଥିଲା।

vivo-ipl-2017-m1-srh-v-rcb_0eea2a96-1b97-11e7-aa2a-1591876ff7cfଋିପୋର୍ଟ ଅନୁଯାୟୀ, ୨୮୨ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ଅଷ୍ଟ୍ରେଲିଆରୁ ସର୍ବାଧିକ ୫୮ ଜଣ ଖେଳାଳି ନିଲାମୀ ପାଇଁ ଆବେଦନ କରିଛନ୍ତି । ସେହଭଳି ଦକ୍ଷିଣ ଆଫ୍ରିକାରୁ ୫୭, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜରୁ ୩୯ ଜଣ, ନ୍ୟୁଜିଲାଣ୍ଡରୁ ୩୦, ଇଂଲଣ୍ଡରୁ ୨୬ ଜଣ ଖେଳାଳି ନିଲାମୀ ପାଇଁ ଆବେଦନ କରିଛନ୍ତି । ଆଫଗାନିସ୍ତାନରୁ ୧୩, ବାଲାଂଦେଶରୁ ୮, ଆୟରାଲାଣ୍ଡରୁ ୨, ଜିମ୍ବାୱେରୁ ୭ ଓ ଆମେରିକାରୁ ୨ ଜଣ ଖେଳାଳି ନିଲାମ ପ୍ରକିୟାରେ ସାମିଲ ହେବେ ।

ବିଦେଶୀ ଖେଳାଳିଙ୍କ ଭିତରେ ଗ୍ଲେନ ମ୍ୟାକ୍ସୱେଲ, ବେନ ଷ୍ଟୋକସ, ମିସେଲ ଷ୍ଟାର୍କ, ଫାଫ୍ ଡୁ ପ୍ଲେସିସ, କ୍ୱିଣ୍ଟନ ଡି କକ, ଡେଭିଡ ମିଲର, ବ୍ରାଭୋ, ଜେସନ ହୋଲଡରଙ୍କ ଉପରେ ପ୍ରତି ଟିମର ନଜର ରହିବ । ତେବେ ଚଳିତ ଆଇପିଏଲ ସିଜିନର ୧୧ ତମ ସଂସ୍କରଣରେ ପୁର୍ନବାର ଫେରିଛନ୍ତି ଦୁଇ ପୁରୁଣା ଚାମ୍ପିୟନ ଟିମ୍ । ଦୁଇ ବର୍ଷ ବାସନ୍ଦ ପରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ପୁଣିଥରେ ଆଇପିଏଲକୁ ଫେରିଛନ୍ତି ।