ଦେଶର ଉନ୍ନତମାନର ଶିକ୍ଷାସଂସ୍ଥାରେ ସ୍ଥାନ ପାଇଲା ଜିଓ !

56

କନକ ବ୍ୟୁରୋ : କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଦେଶରେ ଥିବା ବିଭିନ୍ନ ଶିକ୍ଷାସଂସ୍ଥା ଗୁଡିକରୁ ଉନ୍ନତମାନର ଭାବରେ ମାତ୍ର ୬ଟି ର ନାମ ଘୋଷଣା କରିଛି । ଏହି ମଧ୍ୟରେ ତିନୋଟି ସରକାରୀ ଓ ତିନୋଟି ବେସରକାରୀ ସଂସ୍ଥା ରହିଛି । ବେସରକାରୀ ସଂସ୍ଥା ଗୁଡିକ ମଧ୍ୟରେ ଏପରି ଏକ ନାମ ରହିଛି ଯାହାର ନାମ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ । ତେବେ ସେହି ଶିକ୍ଷାସଂସ୍ଥାନର ନାମ ଏତେଟା ପ୍ରଚଳିତ ନଥିବା ସତ୍ତେ୍ୱ ମଧ୍ୟ ତାହାକୁ ଉନ୍ନତମାନର ଶିକ୍ଷାଅନୁଷ୍ଠାନରେ ସାମିଲ କରାଯାଇଛି । ଏହି ସଂସ୍ଥାର ନାମ “ଜିଓ ଇନ୍ଷ୍ଟିଚ୍ୟୁଟ୍” । ସବୁଠାରୁ କୈାତୁହଳ କଥା ହେଲା ଯେ ଏହି ଅନୁଷ୍ଠାନର ନାମ ଏତେଟା ପ୍ରସିଦ୍ଧ ଲାଭ କରିନାହିଁ । ଏହାସହ ସୋସିଆଲ ମିଡିଆରେ ଏହାର ନାମ ମଧ୍ୟ କେଉଁଠାରେ ଦେଖିବାକୁ ମିଳିନାହିଁ ।

ଏପରି ଏକ ସଂସ୍ଥାକୁ ଉନ୍ନତମାନର ଶିକ୍ଷା ଅନୁଷ୍ଠାନ ମଧ୍ୟରେ କାହିଁକି ସରକାର ରଖିଲେ ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରିପୋର୍ଟ ଅନୁସାରେ ଏହି ସଂସ୍ଥାଟି ରିଲାଏନ୍ସ କମ୍ପାନୀ ଅଧୀନରେରେ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟ କରିନାହିଁ । ସରକାରୀ ଅଫିସରେ ମଧ୍ୟ ଏହାର କୈାଣସି ଫାଇଲ ନଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି । କିନ୍ତୁ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦ କର ଏହାର ନାମ ଘୋଷଣା କରିବା ବେଳେ ସଙ୍କୋଚ ପ୍ରକାଶ ନ କରିବା ବି ଆଶ୍ଚର୍ଯ୍ୟ ଲାଗିଛି । ଏହି ଶିକ୍ଷାନୁଷ୍ଠାନରେ କାର୍ଯ୍ୟ ଆରମ୍ଭ ହେବାକୁ ଆହୁରି ତିନି ବର୍ଷ ସମୟ ଲାଗିବ । ତେବେ, ଏଠାରେ ପାଠପଢା ଆରମ୍ଭ ହେଲେ ଅନେକ ଛାତ୍ରଛାତ୍ରୀ ଲାଭ ମାନେ ହେବେ । ଏହା ଦେଶର ଏକ ଉନ୍ନତମାନର ଶିକ୍ଷାନୁଷ୍ଠାନ ହୋଇପାରିବ ବୋଲି ଆମର ବିଶ୍ୱାସ ରହିଛି ବୋଲି ୟୁଜିସି କହିଛି । କେବଳ ଏତିକି ନୁହେଁ ଏହାକୁ “ଗ୍ରୀନଫିଲଡ” କାଟାଗୋରୀରେ ସାମିଲ କରାଯାଇଛି । ବର୍ତ୍ତମାନ ସମୟରେ ଏହି ଶିକ୍ଷାନୁଷ୍ଠାନ ବିଷୟରେ କୈାଣସି ସୂଚନା ଇଣ୍ଟରନେଟ୍ ରେ ମଧ୍ୟ ଉପଲବ୍ଧ ହୋଇ ନାହିଁ ।

ଏହି ଜିଓ ସଂସ୍ଥାକୁ “ଗ୍ରୀନଫିଲଡ” କାଟାଗୋରୀ ବାବଦରେ ୟୁଜିସି ୁକ୍ଷରୁ କୁହାଯାଇଛି ଯେ , ଏହି କାଟାଗୋରିରେ ଅନ୍ତର୍ଭୁକ୍ତ କୈାଣସି ଅନୁଷ୍ଠାନର ଇତିହାସ ଏତେଟା ପ୍ରସିଦ୍ଧ ହୋଇ ନଥାଏ । ତେବେ ଏହା ଆରମ୍ଭ ହେଲେ ଦେଶ ଶିକ୍ଷା କ୍ଷେତ୍ରର ପ୍ରସିଦ୍ଧି ଲାଭ ହେବ । ସବୁଠାରୁ ବଡ କଥା ହେଲା ଏହି ଅନୁଷ୍ଠାନ ଟି ଯେଉଁ କାଟାଗୋରୀ ପାଇଛି ସେଥିଲାଗି ତାହା ପାଖରେ ଆବଶ୍ୟକୀୟ ବ୍ୟବସ୍ଥା ଉପଲବ୍ଧ ରହିଛି । ତେଣୁ ଏଥିରେ କୈାଣସି ଅସୁବିଧା ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅନୁଷ୍ଠାନରେ ପାଠ୍ୟକ୍ରମ ଆରମ୍ଭ ହେଲେ ଦେଶର ଅନେକ ବିକାଶ ହୋଇପାରିବ । ଏହାସହ ବିଶ୍ୱସ୍ତରୀୟ ଶିକ୍ଷା ଅନୁଷ୍ଠାନ ଭଳି ଏହା ପ୍ରସ୍ତୁତ ହେବ । ଯେଉଁଥିରେ ସାରା ବିଶ୍ୱରେ ଭାରତର ନାମ ପ୍ରସାର ହେବ । ଶିକ୍ଷାନୁଷ୍ଠାନ କିପରି ଭାବରେ ଆଗକୁ ବଢିବ ଓ ସ୍ୱତନ୍ତ୍ରତା ବଜାୟ ରଖିବ ତାହା ଉପରେ ଧ୍ୟାନ ରଖାଯିବ ବୋଲି ଜାଭେଦ କର କହିଛନ୍ତି । ଏହି ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ଛାତ୍ର ବୃତ୍ତି, ବିଭିନ୍ନ ପ୍ରକାର ବୃତ୍ତି ମଧ୍ୟ ପ୍ରଦାନ କରାଯିବ ବୋଲି ଜଣାପଡିଛି ।