ଭୁବନେଶ୍ୱର : ଗାଧୁଆ ଘରର ସ୍କାଏଲାଇଟ ଭାଙ୍ଗି ରୁଚିକା ସାମାଜିକ ସଂଗଠନରୁ ୧୧ ପିଲା ଫେରାର

30

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରୁ ୧୧ଜଣ ପିଲା ନିଖୋଜ ହୋଇଯାଇଛନ୍ତି । ରୁଚିକା ନାମକ ସୋସିଆଲ ସର୍ଭିସ ସଂସ୍ଥାରୁ ଗାଧୁଆ ଘରର ସ୍କାଏଲାଇଟ ଭାଙ୍ଗି ଏହି ପିଲା ଚମ୍ପଟ ମାରିଛନ୍ତି । ଘଟଣା ୧ ତାରିଖ ରାତିରେ ଘଟିଛି । ୧୨ଜଣ ପିଲା ଫେରାର ହୋଇଯାଇଥିବା ବେଳେ ଜଣକୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି । ଏ ନେଇ ଲିଖିତ ଅଭିଯୋଗ ହେବା ପରେ ଲିଙ୍ଗରାଜ ପୋଲିସ ଥାନା ଖୋଳତାଡ ଆରମ୍ଭ କରିଛି । ପୋଲିସ ଖୋର୍ଧା, ଜଟଣୀ, କଟକ ଓ ଜଗତପୁରର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଏ ଯାଏଁ ପିଲାଙ୍କର ଖୋଜଖବର ମିଳିନାହିଁ ।