ଇଲେକ୍ଟ୍ରିକ୍ ହିଟରରେ ପଡ଼ିଲା ୧୧ ମାସର ଶିଶୁପୁତ୍ର, ବିଜୁଳି ପ୍ରବାହ ସଂସ୍ପର୍ଶରେ ଆସି ମୃତ୍ୟୁ
ଇଲେକ୍ଟ୍ରିକ୍ ହିଟରରେ ପଡ଼ି ୧୧ ମାସର ପୁଅ ମୃତ
କନକ ବ୍ୟୁରୋ : ରବିବାର ସକାଳେ ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ଗାଁ’ରେ ଜଳନ୍ତା ଇଲେକ୍ଟ୍ରିକ୍ ହିଟରରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁଟି ହେଉଛି ସୁନା ସାହୁଙ୍କ ପୁଅ। ୧୧ ମାସର ସେ ପୁଅଟିକୁ ସୁନାଙ୍କର ଜଣେ ସମ୍ପର୍କୀୟ ପିଲା ଧରିଥିଲା। କୌଣସି କାରଣରୁ ଶିଶୁପୁତ୍ରଟି ତାଙ୍କ ହାତରୁ ଖସି ହିଟର୍ ଉପରେ ପଡ଼ିଯିବାରୁ ବିଜୁଳି ପ୍ରବାହ ସଂସ୍ପର୍ଶରେ ଆସି ଘଟନାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଖବର ପାଇ ଅନୁଗୁଳ ପୁଲିସ ମୃତ ଶିଶୁର ଶବ ଉଦ୍ଧାର କରିଛି। ସମ୍ପ୍ରତି ବ୍ୟବଚ୍ଛେଦ ନିମନ୍ତେ ଶବକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।