ବର୍ଷ ୨୦୧୮ରେ ଚାଲିଗଲା ୧.୧୦ କୋଟି ଭାରତୀୟଙ୍କ ଚାକିରୀ, ଦେଶରେ ବଢୁଛି ବେକାରୀ ସଂଖ୍ୟା : ରିପୋର୍ଟ

219

ରୋଜଗାର ମାମଲାରେ ଯୁବକଙ୍କ ପାଇଁ ଗତ ବର୍ଷ ବହୁତ ଖରାପ ରହିଲା । ବର୍ଷ ୨୦୧୮ରେ ପାଖାପାଖି ୧.୧୦ କୋଟି ଭାରତୀୟଙ୍କୁ ନିଜ ଚାକିରୀ ଛାଡିବାକୁ ପଡିଲା । ସେଣ୍ଟର ଫର୍ ମନିଟରିଙ୍ଗ ଇଣ୍ଡିଆନ୍ ଇକୋନୋମିର ରିପୋର୍ଟରେ ଏହା ଦାବି କରାଯାଇଛି । ରିପୋର୍ଟରେ କୁହାଯାଇଛି କି, ଦୁର୍ବଳ ସମୂହ ସହିତ ସମ୍ବନ୍ଧିତ ବ୍ୟକ୍ତିଙ୍କୁ ବର୍ଷ ୨୦୧୮ରେ ଚାକିରୀ ଜନିତ କ୍ଷତିରୁ ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ପଡିଛି । ଦେଶରେ ବେକାରୀଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ହେଉଛି । ଡିସେମ୍ବର ୨୦୧୭ରେ ଯେଉଁଠି ଚାକିରୀ କରୁଥିବା ଲୋକଙ୍କ ସଂଖ୍ୟା ୪.୭୯ କୋଟି ଥିଲା । ତାହା ଡିସେମ୍ବର ୨୦୧୮ରେ ହ୍ରାସ ହୋଇ  ୩.୯୭ କୋଟି ହୋଇଯାଇଛି । ଏହି ପ୍ରକାରରେ ଗୋଟିଏ ବର୍ଷ ଭିତରେ ଚାକିରୀରେ ୧.୦୯ କୋଟି ହ୍ରାସ ହୋଇଥିବା ରେକର୍ଡ କରାଯାଇଛି ।

ସହରୀ ଓ ଗ୍ରାମୀଣ ଉଭୟ ଅଂଚଳର ଲୋକଙ୍କୁ ଚାକିରୀ ରୁ ବାହାରିବାକୁ ପଡିଛି । ରିପୋର୍ଟ ମୁତାବକ, ସବୁଠାରୁ ଅଧିକ ଚାକିରୀ କୃଷି କ୍ଷେତ୍ର ସହିତ ଜଡିତ ଲୋକଙ୍କ ଯାଇଛି । ସବୁଠାରୁ ଅଧିକ ଚାକିରୀ ଗ୍ରାମାଂଚଳ ଭାରତର  ଯାଇଛି ଯେବେକି ସହରୀ ଭାରତରେ ୧୮ ଲକ୍ଷ ଲୋକଙ୍କ ଚାକିରୀ ଯାଇଛି । ଗ୍ରାମାଂଚଳ ଭାରତରେ ଯେଉଁଠି ଭାରତର ଦୁଇ ତୃତୀୟାଂଶ ଜନସଂଖ୍ୟା  ନିବାସ କରନ୍ତି । ଯେବେକି ଚାକିରୀ ଯିବା ମାମଲାରେ ଏହି ଆକଳନ ୮୪%   ।