ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର ଦେଇପାରନ୍ତି ମୋଦି ସରକାର ! ମିଳିପାରେ ଏହି ସବୁ ଫାଇଦା

37

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାର ଅତି ଶୀଘ୍ର ହିଁ ବଡ ଉପହାର ଦେବାକୁ ପ୍ରସ୍ତୁତି କରୁଛନ୍ତି । ସରକାର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗ । ଭତ୍ତା ବଢ଼ାଇପାରନ୍ତି । ଏହାର ସିଧା ପ୍ରଭାବ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳୁଥିବା ଦରମା ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ଉପରେ ପଡିବ । ଶ୍ରମ ମନ୍ତ୍ରଣାଳୟ କାରଖାନାର ଶ୍ରମିକଙ୍କ ପାଇଁ କଂଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସର ନୂଆ ସିରିଜ ଉପରେ କାମ କରୁଛନ୍ତି । ଏହି ଆଧାରରେ ମହଙ୍ଗା ଭତ୍ତା ନିର୍ଦ୍ଧାରିତ କରାଯିବ । ସରକାରଙ୍କ ତରଫରୁ ଯଦି ମହଙ୍ଗା ଭତ୍ତାକୁ ବୃଦ୍ଧି କରାଯାଏ, ତେବେ ଏହାର ଫାଇଦା ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ ।

ଡିଏ ଏକ କାଷ୍ଟ ଅଫ୍ ଲିଭିଙ୍ଗ ଆଡଜଷ୍ଟମେଣ୍ଟ ଭତ୍ତା, ଯାହା ଦେଶରେ ସରକାରୀ କର୍ମଚାରୀ, ପବ୍ଲିକ୍ ସେକ୍ଟରର କର୍ମଚାରୀ ଓ ପେନସନଭୋଗୀଙ୍କୁ ଦିଆଯାଇଥାଏ । ଏହାର ଗଣନା କର୍ମଚାରୀଙ୍କ ବେସିକ୍ ସ୍ୟାଲେରୀର ପ୍ରତିଶତ ରୂପେ କରାଯାଏ । ମହଙ୍ଗାର ପ୍ରଭାବକୁ କମ୍ କରିବା ପାଇଁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦିଆଯାଇଥାଏ । ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା ଶ୍ରମିକ ବ୍ୟୁରୋ କାରଖାନାର ଶ୍ରମିକମାନଙ୍କ ପାଇଁ କଂଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସର ନୂଆ ସିରିଜ ୨୦୧୬ର ମୂଳ ବର୍ଷ ଭାବେ ଚୂଡାନ୍ତ କରିଦିଆଯାଇଛି ।