ଆମେରିକା ବର୍ଜିନୀୟାର ଏକ ସରକାରୀ ବିଲଡିଙ୍ଗ୍ ରେ ଆତତାୟୀର ଗୁଳିବର୍ଷଣ ! ୧୧ ମୃତ , ୬ ଗୁରୁତର

109

ଆମେରିକାର ବର୍ଜିନୀୟା ପ୍ରାନ୍ତରେ ଜଣେ ବ୍ୟକ୍ତି ଏକ ସରକାରୀ ବିଲଡିଙ୍ଗ୍ କୁ ଟାର୍ଗେଟ୍ କରି ଗୁଳି ବର୍ଷଣ କରିଥିଲେ । ଭୀଷଣ ଗୁଳିବର୍ଷା କାରଣରୁ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୬ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ବର୍ଜିନୀୟାର ମ୍ୟୁନସିପାଲ୍ ସେଣ୍ଟରରେ ଏହି ଘଟଣା ଘଟିଛି । ପୋଲିସ୍ ସୁଚନା ମୁତାବକ , ଅଭିଯୁକ୍ତ ଉକ୍ତ ବିଲଡିଙ୍ଗ୍ ର ଜଣେ କର୍ମଚାରୀ । ସୂତ୍ର ଅନୁସାରେ ପୋଲିସ୍ ଘଟଣାସ୍ଥଳରେ ହିଁ ଆତତାୟୀକୁ ଗୁଳି ମାରି ହତ୍ୟା କରିଛି ତେବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତର ପରିଚୟ ହୋଇପାରିନାହିଁ । ଶୁକ୍ରବାର ଅପରାହ୍ନ ୪ ଟା ସମୟରେ ଏହି ଘଟଣା ଘଟିଥିଲା ।

ଏହି ଘଟଣାରେ ଜଣେ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଏ ପର୍ଯ୍ୟନ୍ତ ଆତତାୟୀର ଗୁଳିବର୍ଷଣ କରିବାର କାରଣ ଜଣାପଡିନଥିବା ବେଳେ ଅଭିଯୁକ୍ତ ଏକାକୀ ଏଭଳି ଘଟଣା ଘଟାଇଛି ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ଘଟଣା ପରେ ଆଖପାଖର ସବୁ ବିଲଡିଙ୍ଗ୍ କୁ ଖାଲି କରି ଦିଆଯାଇଛି । ଘଟଣାସ୍ଥଳରେ ଏଫବିଆଇର ଅଧିକାରୀ ପହଂଚି ମାମଲାର ଜାଞ୍ଚ୍ କରୁଛନ୍ତି ।