ଉତ୍ତରଭାରତରେ ପ୍ରକୃତିର ଭୟଙ୍କର ତାଣ୍ଡବ । ବର୍ଷା ଓ ଭୂସ୍ଖଳନ ଯୋଗୁଁ ହିମାଚଳରେ ପ୍ରବଳ କ୍ଷୟକ୍ଷତି । ଉତ୍ତରାଖଣ୍ଡରେ ଫଶିଗଲା କାର

32

କନକ ବ୍ୟୁରୋ: ଉତ୍ତରଭାରତରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ପାହାଡି ଅଂଚଳରେ ବନ୍ୟା ପରିସ୍ଥିତି । ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଓ ହରିୟାଣାରେ ବନ୍ୟା ସହ ଭୂସ୍ଖଳନ ତାଣ୍ଡବ ମଚାଇଛି । ଏହି ୩ଟି ରାଜ୍ୟରେ ବନ୍ୟା ଯୋଗୁଁ ମୋଟ୍ ୧୧ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ପ୍ରବଳ ବର୍ଷା ଯେଗୁଁ ପଞ୍ଜାବରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଉତ୍ତରଭାରତରେ ଅନେକ ଅଂଚଳରେ ବର୍ଷା ଚେତାବନୀ ଜାରି ହୋଇଛି ।

ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ ମଧ୍ୟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି । ଏପରିକି ଅନେକ ସ୍ଥାନରେ ଲୋକ ଫଶି ରହିଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବଦ୍ରିନାଥ, କେଦାରନାଥ ଓ ଯମୁନେତ୍ରୀ ରାସ୍ତା ବନ୍ଦ ରହିବା ଫଳରେ ଚାରିଧାମ ଯାତ୍ରା ବାଧାପ୍ରାପ୍ତ ହୋଇଛି । ବରଫ ବର୍ଷା ଯୋଗୁଁ ମଧ୍ୟ ଅନେକ ସ୍ଥାନରେ ଲୋକ ଫସି ରହିଥିବା ଖବର ମିଳିଛି ।

ଲାହୁଲ ସ୍ପୀତିରେ ଟ୍ରେକିଂ ପାଇଁ ଯାଇଥିବା ୩୫ ଜଣ ଆଇଆଇଟି ଛାତ୍ରଙ୍କ ସମେତ ୪୫ ଜଣ ଲୋକ ନିଖୋଜ ହୋଇଛନ୍ତି । ନିଖୋଜ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି । ହିମାଚଳପ୍ରଦେଶର ଉନା, ହମିରପୁର ଓ କୁଲ୍ଲୁରେ ପ୍ରବଳ ବର୍ଷାର ଚେତାବନୀ ଜାରି କରାଯାଇଛି ।