ଭଣଜା ହାତରେ ଗଲା ମାମୁର ଜୀବନ ! କଂସ ମହାରାଜଙ୍କ ମୃତ୍ୟୁ ସହ ସରିଲା ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

86

କନକ ବ୍ୟୁରୋ : ସରିଲା ବରଗଡ ଧନୁଯାତ୍ରା । ବଦ୍ଧ ହେଲେ ମହାରାଜ କଂସ । ମାମୁକୁ ହତ୍ୟା କରିଛନ୍ତି ଭଣଜା କୃଷ୍ଣ । ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଂଗମଂଚରେ ଅଭୀନିତ ହୋଇଛି ମହାରାଜ କଂସ ବଦ୍ଧ । କଂସବଦ୍ଧ ସହ ୧୧ ଦିନର ଧନୁଯାତ୍ରାରେ ଯବନୀକା ପଡିଛି । ଧନୁଯାତ୍ରାର ଦଶମ ଦିନରେ ଦେଖିବାକୁ ମିଳିଥିଲା କୃଷ୍ଣଙ୍କ ଆଗମନରେ କିପରି ଉତ୍ସବ ମୁଖର ହୋଇପଡିଛି ମଥୁରା ନଗରୀ । ପରେ ସୁଦାମା, ମାଳି ଓ ରଜକଙ୍କ ସହ ସାକ୍ଷାତ ହୋଇଥିବା ବେଳେ କୁବଜାକୁ ଉଦ୍ଧାର କରିଥିଲେ ଭଗବାନ ଶ୍ରୀକୃଷ୍ଣ ।

ସେପଟେ କୃଷ୍ଣ ମଥୁରାରେ ପହଚିଂଥିବା ଖବର ପାଇ ଭୟଭୀତ ହୋଇପଡିଥିଲେ ମାମୁଁ କଂସ । ସ୍ୱପ୍ନରେ କୃଷ୍ଣ ତାଙ୍କୁ ବଦ୍ଧ କରୁଥିବା ଦେଖିଥିଲେ ମହାରାଜା କଂସ । ଏହି ସ୍ୱପ୍ନ ଦେଖିବା ପରେ ଅଧିକ ବିଚଳିତ ହୋଇପଡିଥିଲେ । ତାପରେ କୃଷ୍ଣ-ବଳରାମଙ୍କୁ ମାରିବା ଉଦ୍ଦେଶ୍ୟରେ ପ୍ରସ୍ତୁତି ଚଳାଇଥିଲେ । ଶେଷରେ ବଦ୍ଧ ହୋଇଛନ୍ତି ମହାରାଜ କଂସ । ୧୧ ଦିନର ଯାତ୍ରାରେ କୃଷ୍ଣ ଜନ୍ମ ଠାରୁ ଆରମ୍ଭ କରି ମଥୁରା ନଗର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଅଭିନୀତ ହୋଇଥିଲା । ବରଗଡ ପାଲଟିଥିଲା ମଥୁରା ନଗରୀ ।