ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ! ସାଢ଼େ ୧୧ଟା ପରେ ୱେବସାଇଟ୍ ଏବଂ ମୋବାଇଲରେ ଦେଖିହେବ ରେଜଲ୍ଟ

123

କନକ ବ୍ୟୁରୋ : ଆଜି ବାହାରିବ ମାଟ୍ରିକ୍ ପରୀକ୍ଷା ଫଳ । ସକାଳ ସାଢେ ୯ଟାରେ ଘୋଷଣା ହେବ ପରୀକ୍ଷା ଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ପରୀକ୍ଷା ଫଳ ଘୋଷଣା କରିବେ । ମାଧ୍ୟମିକ ଶିକ୍ଷା ବୋର୍ଡ କଟକର ମୁଖ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ମାଟ୍ରିକ୍ ପରୀକ୍ଷା ଫଳ । ପରୀକ୍ଷା ଫଳ ଘୋଷଣାର ମାତ୍ର କିଛି ମିନିଟ୍ ପରେ ହିଁ ଏହା ୱେବସାଇଟ୍ରେ ଉପଲବ୍ଧ ହେବ । ଚଳିତ ବର୍ଷ ଫେବୃଆରୀ ୨୮ରେ ୨୯୩୮ଟି ପରୀକ୍ଷାକେନ୍ଦ୍ରରେ ହୋଇଥିଲା ମାଟ୍ରିକ୍ ପରୀକ୍ଷା ।

ମୋଟ ୬ ଲକ୍ଷ ୮ ହଜାର ୬୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ୫ ଲକ୍ଷ ୭୬ ହଜାର ୭୯୪ ଜଣ ରେଗୁଲାର, ୨୨ ହଜାର ୯୯୬ ଜଣ ଏକ୍ସ ରେଗୁଲାର, ୪ ହଜାର ୯୬୦ ଜଣ ପତ୍ରମାଧ୍ୟମ ରେଗୁଲାର, ୫୮୪ ଜଣ ପତ୍ରମାଧ୍ୟମ ଏକ୍ସରେଗୁଲାର, ୩ ହଜାର ୧୪୭ ଜଣ ମଧ୍ୟମା ରେଗୁଲାର ଓ ୪୪୮ ଜଣ ମଧ୍ୟମା ଏକ୍ସରେଗୁଲାର ଛାତ୍ରଛାତ୍ରୀ । ମାର୍ଚ୍ଚ ୨୦ ତାରିଖରୁ ରାଜ୍ୟର ୬୦ଟି ପରୀକ୍ଷାକେନ୍ଦ୍ରରେ ଖାତା ଦେଖାଯାଇଥିଲା ।

ଦୁଇଟି ୱେବସାଇଟରୁ ପରୀକ୍ଷାଫଳ ଉପଲବ୍ଧ ହେବ । ବିଏସଇ ଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ଓରିଶା ରେଜଲ୍ଟସ୍ ଡଟ୍ ଏନଆଇସି ଡଟ୍ ଇନ୍, ଏହି ଦୁଇଟି ୱେବସାଇଟରୁ ଛାତ୍ରଛାତ୍ରୀ ଜାଣିପାରିବେ ପରୀକ୍ଷା ଫଳ । ଆସନ୍ତୁ ଜାଣିବା ୱେବସାଇଟରୁ କେମିତି ଜାଣିବେ ପରୀକ୍ଷା ଫଳ । ପ୍ରଥମେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ୱେବସାଇଟ୍ ମଧ୍ୟରୁ ବିଏସଇ ଓଡିଶା ଡଟ୍ ଏନଆଇସି ଡଟ୍ ଇନ୍ କିମ୍ବା ଓରିଶା ରେଜଲ୍ଟସ୍ ଡଟ୍ ଏନଆଇସି ଡଟ୍ ଇନ୍ କୁ ଯାଆନ୍ତୁ ।

ଏହା ପରେ ଓଡିଶା ମାଟ୍ରିକ୍ କିମ୍ବା ଆନୁଆଲ୍ ମାଧ୍ୟମା ରେଜଲ୍ଟ ୨୦୧୭ ଲିଙ୍କରେ କ୍ଲିକ୍ କରନ୍ତୁ । ପରେ ରୋଲ୍ ନମ୍ବର ଓ ଜନ୍ମତାରିଖ ସ୍ଥାନ ପୂରଣ କରନ୍ତୁ । ପରେ ଏହାକୁ ସବମିଟ୍ କରନ୍ତୁ । ଆପଣଙ୍କୁ ପ୍ରତି ବିଷୟର ସଂପୂର୍ଣ ମାର୍କ ତାଲିକା ମିଳିଯିବ । ଏହା ସହ ମୋବାଇଲ ଫୋନ୍ ଏସଏମଏସରେ ଓଆର ଟେନ୍ ରୋଲ୍ ନମ୍ବର ଲେଖି ୫୬୭୬୭୫୦ କୁ ପଠାଇ ପରୀକ୍ଷାଫଳ ଜାଣିପାରିବେ ।