ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ! ପାସହାର ୮୫.୨୮ ପ୍ରତିଶତ

27

କନକ ବ୍ୟୁରୋ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ମୋଟ ପାସହାର ରହିଛି ୮୫.୨୮ ପ୍ରତିଶତ । ଏ ୱାନ୍ ଗ୍ରେଡରେ ୨ ହଜାର ୪୧୭ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ଏ ଟୁ ଗ୍ରେଡରେ ୨୩ ହଜାର ୪୮୯ ଜଣ ପାସ କରିଥିବା ବେଳେ ବି ୱାନ୍ ଗ୍ରେଡରେ ୬୨ ହଜାର ୧୯୩ ଜଣ ଓ ବି ଟୁ ଗ୍ରେଡରେ ୧ ଲକ୍ଷ ୨ ହଜାର ୩୯୫ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି ।

ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା ୨ ଲକ୍ଷ ୪୭ ହଜାର ୯୪୮ ହୋଇଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୫୫ ହଜାର ୫୧ । ୭୪୮ ସ୍କୁଲରେ ଶହେ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୨୨ ଟି ସ୍କୁଲରେ ରେଜଲ୍ଟ ଶୂନ ରହିଥିବା ଜଣାପଡିଛି । ସେହିପରି ପୂର୍ବ ବର୍ଷ ତୁଳନାରେ ଏଥର ପାସ ହାର ବଢିଛି । ୨୦୧୬ରେ ପାସ୍ ୮୩.୭୩ ପ୍ରତିଶତ ରହିଥିବା ବେଳେ ୨୦୧୫ ରେ ଏହି ହାର ରହିଥିଲା ୮୦.୯୩ ପ୍ରତିଶତ ।