ଆସନ୍ତା ୨୨ରୁ ମାଟ୍ରିକ୍ ପରୀକ୍ଷା ! ରାଜ୍ୟର ୨୮୩୦ ସେଣ୍ଟରରେ ପରୀକ୍ଷା ଦେବେ ୫ଲକ୍ଷ ୪୫ ହଜାର ୩୬୪ ଜଣ ପରୀକ୍ଷାର୍ଥୀ ।

271

କନକ ବ୍ୟୁରୋ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବୃୟାରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ବୋର୍ଡ଼ର ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ହେବାକୁଥିବା ପରୀକ୍ଷା ସକାଳ ୧୦ଟାରୁ ପରୀକ୍ଷା  ଆରମ୍ଭ ହୋଇ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏବଂ ଗଣିତ ପରୀକ୍ଷା ପାଇ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ ବୋଲି ସୂଚନା ମିଳିଛି । ସେହିଭଳି ଯଦିଓ ପୂର୍ବ ବର୍ଷଗୁଡ଼ିକରେ ପୂର୍ବ ଦିନରୁ ସେଣ୍ଟରକୁ ପ୍ରଶ୍ନ ପତ୍ର ଯାଉଥିଲା ଏବର୍ଷ କିନ୍ତୁ ସେପରି ହେବ ନାହିଁ। ପ୍ରଶ୍ନପତ୍ର ଲିକ୍ ହେଉଥିବା ହେତୁ ପରୀକ୍ଷା ଦିନ ସକାଳୁ ସକାଳୁ ହିଁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ ବୋଲି ସୂଚନା ରହିଛି ।

ସେପଟେ ଚଳିତବର୍ଷ ରାଜ୍ୟରେ ମୋଟ୍ ୨୮୩୦ ସେଣ୍ଟରରେ ୫ ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାର୍ଥୀମାନେ ଫେବ୍ରୁଆରି ୮ ତାରିଖରୁ ବୋର୍ଡର ୱେବସାଇଟ୍ www.bseodisha.in ରେ ଆଡମିଟ୍ କାର୍ଡ ଡାଉନଲୋଡ କରି ସଂଗ୍ରହ କରିପାରିବେ । ଦିନରୁ ଦୁଇଟି ସିଟିଂ ଲେଖାଏଁ ପରୀକ୍ଷା ହେବ ବୋଲି ସୂଚନା ରହିଛି।