ଆସିଲାନି ୧୦୮ ଆମ୍ବୁଲାନ୍ସ, କ୍ୟାମେରା ଆଗରେ ଚାଲିଗଲା ଜୀବନ : କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ

43

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଗୁରୁତର ରୋଗୀଙ୍କୁ  ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି । ଗାଁ ଗାଁରେ ବୁଲୁଛି ୧୦୮ ଆମ୍ବୁଲାନ୍ସ । ହେଲେ କଟକରୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା, ଯାହା ସରକାରଙ୍କ ସେବା ବ୍ୟବସ୍ଥାକୁ ଉପହାସ କରିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ବ୍ୟକ୍ତିଙ୍କୁ ମରଣ ମୁହଁରୁ ବଂଚାଇବାକୁ ଗାଁ ଲୋକେ ଉଦ୍ୟମ କରିଥିଲେ । ତୁରନ୍ତ ମେଡିକାଲରେ ପହଂଚାଇବାକୁ ୧୦୮ ନମ୍ବରକୁ ଫୋନ କରିଥିଲେ। ହେଲେ ଲୋକଟି ମରିଗଲା ସିନା ଆମ୍ବୁଲାନସ ପହଂଚି ପାରିଲାନି। ଦେଖନ୍ତୁ କନକ ନ୍ୟୁଜରେ ଏକ୍ସକ୍ଲୁସିଭ୍ ରିପୋର୍ଟ-କ୍ୟାମେରା ଆଗରେ ମୃତ୍ୟୁ ।