ଦରମା ନ’ମିଳିବାର ପ୍ରତିବାଦ : ଆନ୍ଦୋଳନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟରେ ଅଟକିଯାଇଛି ଆମ୍ବୁଲାନ୍ସ ସେବା । ଦରମା ନ’ ମିଳିବାର ପ୍ରତିବାଦ ଜଣାଇ ସେବା ବନ୍ଦ ରଖିଛନ୍ତି ଆମ୍ବୁଲାନ୍ସ  କର୍ମଚାରୀ । ରାଜ୍ୟରେ ବର୍ତମାନ ୪୨୦ଟି ୧୦୮ ଆମ୍ବୁଲାନ୍ସ କାମ କରୁଥିବା ବେଳେ ଏଥିରେ ୩ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ସେଥିରେ ରହିଛନ୍ତି ଡ୍ରାଇଭର ଏବଂ ପାରାମେଡିକାଲ୍ ଷ୍ଟାଫ୍ ।

ଗତକାଲି ସନ୍ଧ୍ୟାରୁ ସେବା ବନ୍ଦ ରହିଛି । ଫଳରେ ରାଜ୍ୟରେ ଜରୁରୀକାଳୀଳ ସ୍ୱାସ୍ଥ୍ୟସେବା ଗୁରୁତର ହୋଇପଡିଛି । ପୂର୍ବରୁ ୧୨ ଦଫା ଦାବିନେଇ ଗତ ମାର୍ଚ୍ଚ ମାସରେ ବି ଆନ୍ଦୋଳନ କରିଥିଲା ୧୦୮ ଆମ୍ବୁଲାନ୍ସ ସଂଘ ।