୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଆଣିବା ପାଇଁ ଯାଉଥିବା ସମୟରେ ବାଟରେ ହେଲା ଦୁର୍ଘଟଣା, ୩ ଗୁରୁତର

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

127

କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ କୁଆଁରିଆ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ସହିତ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଆମ୍ବୁଲାନ୍ସର ୩ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଜଣେ ବାଇକ୍ ଆରୋହୀଙ୍କୁ ଡାକ୍ତରଖାନାକୁ ଆଣିବାକୁ ଆମ୍ବୁଲାନ୍ସଟି ଯାଉଥିବା ବେଳ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ବେଳେ କୁଆଁରିଆ ଟୋଲ ଗେଟ୍ ନିକଟରେ ଜଣେ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ମଧ୍ୟଖଣ୍ଡ ଠାରେ ଥିବା ୧୦୮ ଆମ୍ବୁଲାନ୍ସଟିରେ ୩ ଜଣ କର୍ମଚାରୀ ଆହତଙ୍କୁ ଡାକ୍ତରଖାନାକୁ ଆଣିବାକୁ ଯାଉଥିଲେ। ମାତ୍ର ଆମ୍ବୁଲାନ୍ସଟି କୁଆଁରିଆ ଛକ ନିକଟରେ ପହଞ୍ଚିବାର ଅଳ୍ପ ପୂର୍ବରୁ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀମନେ ଆହତ ହୋଇଥିଲେ। ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇ ପ୍ରଥମେ ଦଶପଲ୍ଲା ଡାକ୍ତଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ନୟାାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.