ସ୍ୱଚ୍ଛ ଭାରତର ଶତାୟୁ ମାସ୍କଟ : ୧୦୫ ବର୍ଷର ବୃଦ୍ଧା ଖୋଲିଦେଲେ ଦେଶର ଆଖି

50

capture୧୦୫ ବର୍ଷର କୁଅଁର ବାଈ । ସ୍ୱଚ୍ଛ ଭାରତ ଅଭିଯାନର ମାସ୍କଟ ହେବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ରେ ଦିଲ୍ଲୀରେ ହେବାକୁ ଥିବା ସ୍ୱଚ୍ଛତା ଦିବସରେ କୁଅଁର ବାଈଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିବେ । ସ୍ୱଚ୍ଛ ଭାରତର ଶତାୟୁ ମାସ୍କଟ ହେବେ କୁଅଁର ବାଈ।

3ବୟସର ଅପରାହ୍ନରେ ବି କୁଅଁର ବାଈ ଖୁବ୍ ଚଳଚଂଚଳ । ମନରେ ଅନେକ ଜୋଶ୍ । ସମାଜର ଲୋକଙ୍କ ପାଇଁ ଅନେକ ଚିନ୍ତା ଓ ସ୍ୱପ୍ନ । ଯିଏକି ନିଜେ ପାଳିଥିବା ଛେଳିମାନକୁ ବିକ୍ରିକରି ନିଜ ଘରେ ଦୁଇଟି ଶୈାଚାଳୟ ତିଆରି କରିଥିଲେ । ପରେ ଗାଁ ଲୋକଙ୍କୁ ଏହାର ଉପକାରିତା ବିଷୟରେ ବୁଝାଇଥିଲେ । ନିଜ ନିଜ ଘରେ ଏମିତି ଶୈାଚାଳୟ କରିବାକୁ କହିଥିଲେ ଏବଂ ଗାଁରେ ସ୍ତ୍ରୀ ଲୋକଙ୍କ ପାଇଁ କରିଥିଲେ ଶୈାଚାଳୟ । ଖୋଲା ସ୍ଥାନରେ ଶୈାଚ ପାଇଁ କରିଥିଲେ ବାରଣ । ଯାହାଙ୍କ ପାଇଁ ନିଜ ଗାଁ କୋଟାଭରିରେ ଆଜି ମହିଳାମାନେ ଘରେ ଘରେ ଶୈାଚାଳୟ ବ୍ୟବହାର କରୁବାର ସୁବିଧା ପାଇଛନ୍ତି ।

kunwar-bai-ptiପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଅଁର ବାଈଙ୍କ ଏଭଳି ମହତ କାମରେ ଖୁବ୍ ପ୍ରଭାବିତ ହୋଇଥିଲେ । ଗତ ଫେବ୍ରୁୟାରୀରେ ରାଜନନ୍ଦଗାଁ ( ଛତିଶଗଡ) ଠାରେ ଏକ ରାଲିରେ ମୋଦି କୁଅଁର ବାଈଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ସମ୍ମାନିତ ବି କରିଥିଲେ । ଆଜି ସାରା ଦେଶର ଆଖି ଖୋଲି ଦେଇଛନ୍ତି ଏହି ୧୦୫ ବର୍ଷର ମହିଳା ବୋଲି ମୋଦି ତାଙ୍କୁ ପ୍ରଶଂସାର ସହ କହିଛନ୍ତି । କୁଅଁର ବାଈଙ୍କ ଶୈାଚାଳୟ ଅଭିଯାନ ଦ୍ୱାରା ଲୋକମାନେ ଶୈାଚାଳୟର ମହତ ବୁଝିପାରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –