ରେଡିଓ ଚକ୍‌ଲେଟ୍‌ର ସ୍ୱାଧୀନତା ଦିବସ ଭେଟି ‘ଜୟ ହୋ’

60

କନକ ବ୍ୟୁରୋ : ୭୧ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟର ସବୁଠାରୁ ଲୋକପ୍ରିୟ ଘରୋଇ ଏଫ୍‌ଏମ୍‌ ଷ୍ଟେସନ୍‌ ରେଡିଓ ଚକ୍‌ଲେଟ୍‌ ଆୟୋଜନ କରିବାକୁ ଯାଉଛି ଏକ ବିଶେଷ କାର୍ୟ୍ୟକ୍ରମ। ଆସନ୍ତା ୧୨ ତାରିଖ ଶନିବାର ସଂଧ୍ୟା ୭ଟା ରେ ସ୍ଥାନୀୟ ଏକାମ୍ର ହାଟରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ରଙ୍ଗାରଙ୍ଗ କାର୍ୟ୍ୟକ୍ରମ । ଦେଶର ସୁରକ୍ଷା ପାଇଁ ସୀମାରେ ଲଢୁଥିବା ବୀର ଜବାନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଏହି କାର୍ୟ୍ୟକ୍ରମର ଉଦ୍ଦେଶ୍ୟ। ଏହି କାର୍ୟକ୍ରମରେ ପ୍ରଖ୍ୟାତ କଣ୍ଠଶିଳ୍ପୀ, କଳାକାର, ନୃତ୍ୟାନୁଷ୍ଠାନ ଉପସ୍ଥିତ ଦର୍ଶକଙ୍କ ମନୋରଂଜନ କରିବେ।

ଓଲିଉଡ୍‌ ପ୍ରଚ୍ଛଦପଟ ଗାୟିକା ପ୍ରଜ୍ଞା ହୋତା, ସଂଗ୍ରାମ ମହାନ୍ତି ଏବଂ ଚିତ୍ତ ଏଠାରେ ସଙ୍ଗୀତ ପରିବେଷଣ କରିବେ। ସିଜଲର୍ସ ଡ୍ୟାନ୍‌ସ ଟ୍ରୁପ୍‌ ଓ ଆର୍ୟ୍ୟନ ଡ୍ୟାନ୍‌ସ ଟ୍ରୁପ୍‌ ବିଭିନ୍ନ ଦେଶାତ୍ମବୋଧକ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିବେ। ଏହାଛଡ଼ା ଭାରତୀୟ ସୈନ୍ୟବାହିନୀରେ ଯୋଗଦେଇ ଯୁଦ୍ଧ ଲଢ଼ିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେବେ। ବହୁ ସଂଖ୍ୟାରେ ଜନସାଧାରଣ ଏଥିରେ ଯୋଗ ଦେବାକୁ ରେଡିଓ ଚକ୍‌ଲେଟ୍‌ ତରଫରୁ ଅନୁରୋଧ କରାଯାଇଛି ।