୧୦୨ ବର୍ଷ ହୋଇଥିଲେ ସୁଦ୍ଧା ‘ସ୍କାଏଡାଇଭ୍’ କରି ସମସ୍ତଙ୍କୁ ଚକିତ କଲେ ବୃଦ୍ଧା । ଭାଇରାଲ ହେଲା ଭିଡିଓ

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ସେ ଅତ୍ୟନ୍ତ ସାହସୀକତାର ସହ କୁଦିବା ପରେ ମହାଶୂନ୍ୟରେ ଉଡୁଛନ୍ତି।

52

ଶହେ ବର୍ଷ ଅତିକ୍ରମ କରିସାରିଥିବା ବୃଦ୍ଧା କଲେ ସାହସିକତାର କାମ । ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଲେ । ଏହି ବୟସ୍କା ମହିଳା ଜଣକ ଶତକ ପାର୍ କରି ସାରିବା ପରେ ବି ରବିବାର ଦକ୍ଷିଣ ଅଷ୍ଟ୍ରେଲିଆର ଲଙ୍ଗହର୍ଣ୍ଣ କ୍ରିକରେ ଆକାଶମାର୍ଗରେ ‘ସ୍କାଏଡାଇଭ୍’ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ବୃଦ୍ଧା ଜଣକ ହେଉଛନ୍ତି ଇରେନ ଓ’ସାକ୍। ଏପରି କାର୍ଯ୍ୟକ୍ରମରେ ଭାଗ ନେବାରେ ସେ ହେଉଛନ୍ତି ପ୍ରଥମ ଦୀର୍ଘ ବୟସ୍କା ମହିଳା। ଇରେନ ଓ’ସାକଙ୍କ ସ୍କାଏଡାଇଭ୍ ବେଳର ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ସେ ଅତ୍ୟନ୍ତ ସାହସୀକତାର ସହ କୁଦିବା ପରେ ମହାଶୂନ୍ୟରେ ଉଡୁଛନ୍ତି।

ମହିଳାଙ୍କ ସହ ସ୍କାଏ ଡାଇଭରର ଇନଷ୍ଟ୍ରକ୍ଟର ବି ଭିଡିଓରେ ଦୃଶ୍ୟମାନ ହୋଇଛନ୍ତି। ବରିଷ୍ଠ ନାଗରିକମାନଙ୍କ ପାଇଁ ଏହି ବୃଦ୍ଧା ଏବେ ଉଦାହରଣ ଓ ପ୍ରେରଣା ପାଲଟିଛନ୍ତି। ଭିଡିଓରେ ଆହୁରି ବି ଦେଖିବାକୁ ମିଳିଛି ଯେ ଇରେନ କ୍ୟାମେରା ଆଡ଼କୁ ଚାହିଁ ‘ଥମ୍ସ-ଅପ୍’ ସାଇନ୍ ଦେଖାଉଛନ୍ତି। ତାଙ୍କ ମୁହଁରେ ହସ ଥିବାର ବି ଦେଖିବାକୁ ମିଳିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଦକ୍ଷିଣ ଅଷ୍ଟ୍ରେଲିଆର ନିଉରନ୍ ମୋଟର୍ ଡିଜିଜ୍ ଆସୋସିଏସନ ପାଇଁ ସତର୍କ ସୂଚନା ଓ ଅର୍ଥ ପାଇଁ ଇରେନ୍ ସ୍କାଏ ଡାଇଭରେ ଅଂଶ ନେବାକୁ ଯୋଜନା କରିଥିଲେ। ସେ ପ୍ରଥମ କରି ୨୦୧୬ ମସିହାରେ ଡାଇଭ୍ କରିଥିଲେ।

Comments are closed.