ଗଛରେ ପିଟି ହୋଇ ୧୦୨ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ପ୍ରସୂତିଙ୍କ ମୃତ୍ୟୁ

19

ଫୁଲବାଣୀ : ଫୁଲବାଣୀ ଶଙ୍କରାଖୋଲରେ ଗଛରେ ପିଟି ହୋଇ ୧୦୨ ଆମ୍ବୁଲାନସ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରସୂତିଙ୍କ ମୃତ୍ୟୁ । ଏହା ସହ ୫ ଜଣ ଆହତ ହୋଇଛନ୍ତି । ମୃତ ମହିଳାହେଲେ ରାଇକିଆର ମଲିକପଡ଼ାର ସମାଜିନୀ ପ୍ରଧାନ । ରାଇକିଆ ମେଡିକାଲରୁ ଗତକାଲି ସେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୨ ଆମ୍ବୁଲାନସରେ ଯାଉଥିବା ବେଳେ ଶଙ୍କରାଖୋଲ ନିକଟରେ ଆମ୍ବୁଲାନ୍ସଟି ଗଛରେ ପିଟି ହୋଇଯାଇଥିଲା ।ଫଳରେ ଘଟଣାସ୍ଥଳରେ ସମାଜିନୀଙ୍କ ମୃତ୍ୟୁ ହୋଇଥିଲା ।