ରାଇରଙ୍ଗପୁରବାସୀଙ୍କୁ ନବୀନଙ୍କ ୩ଟି ବଡ ଉପହାର ! ନୂଆ ହସ୍ପିଟାଲ, ଷ୍ଟାଡିୟମ ଓ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ନେଇ କଲେ ଘୋଷଣା 

203

କନକ ବ୍ୟୁରୋ : ମୟୂରଭଞ୍ଜର ରାଇରଙ୍ଗପୁର ମିଶନ ଶକ୍ତି ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହୁଲିଡିହାରେ ମିଶନ ଶକ୍ତି ସମାବେଶରେ ଯୋଗ ଦେବା ସହ ୨୧ଟି ପ୍ରକଳ୍ୱର ଉଦଘାଟନ କରିଛନ୍ତ ମୁଖ୍ୟମନ୍ତ୍ରୀ । ସମାବେଶରେ ମହିଳା ମାନଙ୍କୁ ଉଦବୋଧନ ଦେବା ସହ ରାଇରଙ୍ଗପୁରରେ ୧ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଉ ଏହାସହ ରାଇରଙ୍ଗପୁରବାସୀଙ୍କ ପାଇଁ ୩ଟି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଇରଙ୍ଗପୁରରେ ସବଡିଭିଜନାଲ ହସ୍ପିଟାଲ କରିବାକୁ ନିଷ୍ପତି ହୋଇଛି ବୋଲି କରିଛନ୍ତି ନବୀନ । ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲଟି ପିପିପି ମୋଡରେ ନିର୍ମାଣ ହେବ । ଏହାଛଡା ରାଇରଙ୍ଗପୁରରେ ଜଣେ ଅତିରିକ୍ତ ଜିଲ୍ଲାପାଳ ରହିବେ । ଏହାସହ କ୍ରୀଡାର ବିକାଶ ପାଇଁ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି କହିଛନ୍ତି ନବୀନ ।

ଏହି ସମାବେଶରେ ନବୀନଙ୍କ ସହ ବିଭିନ୍ନ ଏସଏଚଜି ଗ୍ରୁପର ସଦସ୍ୟ ମାନେ ମଞ୍ଚ ସେୟାର କରିଥିଲେ । ନବୀନ ଦୀର୍ଘ ସମୟ ଧରି ଏହି ମହିଳା ମାନଙ୍କର କଥା ମନ ଦେଇ ଶୁଣିଥିଲେ । ଏହାଛଡା ସଭାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ସିଡ୍ ଟଙ୍କା ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ ।