କେରଳରେ ଶହେ ବର୍ଷର ରେକର୍ଡ ଭାଙ୍ଗିଲା ବନ୍ୟା ! ଫଟୋରେ ଫଟୋରେ ଦେଖନ୍ତୁ କେରଳ ବନ୍ୟାର କରାଳ ରୁପ ।

59

ଭଗବାନଙ୍କ ଦେଶ କୁହାଯାଉଥିବା କେରଳ ଏବେ ବନ୍ୟା ଜଳରେ ଉବୁ ଟୁବୁ ହେଉଛି । କେରଳରେ ଭୟଙ୍କର ବନ୍ୟା ପରିସ୍ଥିତି କାରଣରୁ ଅନେକ କ୍ଷୟ କ୍ଷତି ହୋଇସାରିଛି । ଦକ୍ଷିଣ ଭାରତ ତଟବର୍ତ୍ତି ଅଞ୍ଚଳ ଗୁଡିକ ଭୟଙ୍କର ବନ୍ୟା ଜଳରେ ବୁଡି ରହିଛି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବା ସତ୍ୱେ ବି ଅନେକ ଲୋକ ଏବେ ମଧ୍ୟ ପାଣି ଘେରରେ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ସେହି ଅଞ୍ଚଳ ଗୁଡିକର ସର୍ବକ୍ଷଣ କରୁଛନ୍ତି, ଯେଉଁ ଅଞ୍ଚଳ ଗୁଡିକ ସମ୍ପୁର୍ଣ୍ଣ ଭାବେ ଜଳ ମଗ୍ନ ହୋଇଯାଇଛି । ପିଏମ ମୋଦିଙ୍କ ସମେତ କେରଳର ସିଏମ ପି. ବିଜୟନ ଏବଂ ଅନ୍ୟ ଅଧିକାରୀ ମଧ୍ୟ ବନ୍ୟାର ଭାୟାବହ ପରିସ୍ଥିତିକୁ ଯାଞ୍ଚ କରୁଛନ୍ତି । ଏଥି ସହିତ କେନ୍ଦ୍ର ୫୦୦ କୋଟି ଟଙ୍କା ସହାୟତା ରାସି ମଧ୍ୟ ଯୋଗାଇଦେଇଛି । ଏହା ପୂର୍ବରୁ କେରଳର ପରିସ୍ଥିତିକୁ ଦେଖି ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।

ଗତ ୯ ଦିନ ହେବ ଭାରି ବର୍ଷା ଏବଂ ବନ୍ୟା କାରଣରୁ ପ୍ରାୟ ୧୮୦ ଲୋକଙ୍କ ଜୀବନ ଯାଇଥିବା ବେଳେ ଗତ ମେ ମାସ ଠାରୁ ଏପର୍ଯ୍ୟନ୍ତ ବନ୍ୟା ଏବଂ ବର୍ଷା କାରଣରୁ ପ୍ରାୟ ୩୨୪ ଜଣଙ୍କ ଜୀବନ ଗଲାଣି । ଏଥିସହିତ ୩ ଲକ୍ଷ ୧୪ ହଜାର ୩୯୧ ଲୋକ ବେଘର ହୋଇଯାଇଛନ୍ତି ।

ପଣି ଘେରରେ ଫସି ରହିଥିବା ଲୋକମାନଙ୍କୁ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲିକାପ୍ଟର ସାହାଯ୍ୟରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି ।

ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁୁଡିକରେ ଏନଡିଆରଏଫ ଟିମ, ନୌବାହୀନି ଟିମ୍ ଗୁଡିକୁ ମୁତୟନ କରାଯିବା ସହ ରକ୍ଷା ମନ୍ତ୍ରଣାଳୟ ଲୋକମାନଙ୍କ ପାଇଁ ୧୩ ଶହ ଲାଇଫ ଜ୍ୟାକେଟ, ୫୭୧ ଲାଇଫବଏ, ଏକ ହଜାର ରେନକୋର୍ଟ, ୧୩ଶହ ଗମବୁଟ, ୨୫ଟି ମଟର ବୋଟ୍, ୧୫ ଶହ ଫୁଡ ପ୍ୟାକେଟ ଏବଂ ୧୨ଶହ ରେଡି-ଟୁ-ଇଟ୍ ମିଲ ଉପଲବ୍ଧ କରାଯାଇଛି ।

ପିଏମ ନ୍ୟାସନାଲ ରିଲିଫ ଫଣ୍ଡ ତରଫରୁ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ରାସି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି ।

ପ୍ରଶାସନକୁ ବାଦ ଦେଲେ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକ ନିକଟରେ ଥିବା ଗାଁର ଲୋକମାନେ ମଧ୍ୟ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ସ୍ଥାନିୟ ଲୋକମାନେ ସବୁ ପ୍ରକାର ଦରକାରି ଜିନିଷ ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି ।

ପାଣିପାଗ ବିଭାଗ କେରଳ ସମେତ ତାମିଲନାଡୁ ଏବଂ କର୍ଣ୍ଣାଟକରେ ରବିବାର ଦିନ ଭାରି ବର୍ଷା ହେବାର ଆଶଙ୍କା ଅଛି ବୋଲି ହାଇ ଆଲର୍ଟ ଜାରି କରିଛି ।