ଗୋଟିଏ ନୂଆ ୧୦୦ ଟଙ୍କିଆ ନୋଟର ମୂଲ୍ୟ ୬୬୬ ଟଙ୍କା ! ଜାଣନ୍ତୁ କେଉଁଠି ଏହି ସୁବିଧା ଉପଲବ୍ଧ ?

55

ଭାରତୀୟ ରିଜର୍ଭ ବ୍ୟାଙ୍କ୍ କିଛି ଦିନ ପୂର୍ବରୁ ୧୦୦ ଟଙ୍କିଆ ନୋଟ୍ ଜାରି କରିସାରିଛି । ବ୍ୟାଙ୍କ୍ ଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ନୂଆ ନୋଟ୍ ଦେବା ଆରମ୍ଭ କରିଦେଲେଣି । ବଜାରରେ ଅଳ୍ପ ମାତ୍ରାରେ ୧୦୦ ଟଙ୍କିଆ ନୋଟ୍ ଉପଲବ୍ଧ ହେଲାଣି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ୧୦୦ ଟଙ୍କିଆ ନୂଆ ନୋଟ୍ ୬୬୬ ଟଙ୍କାରେ ବିକ୍ରି ହେଉଛି । ୧୦୦ ଟଙ୍କିଆ ନୋଟ୍ ଗାଡ଼ି ପାଇଁ ମଧ୍ୟ ନିଲାମ୍ ଡକାଯାଉଛି ।

ଇବେ ଡଟକମରେ ଏପରି ଲିଷ୍ଟିଂ କରାଯାଉଛି, ଯେଉଁଠି ୧୦୦ ଟଙ୍କିଆ ନୂଆ ନୋଟର ନିଲାମ ଡକାଯାଉଛି । ୧୦୦ ଟଙ୍କିଆ ନୂଆ ନୋଟ୍ ବ୍ୟତୀତ ଏଠାରେ ଭାରତୀୟ ମୁଦ୍ରା ଅନ୍ୟ ନୋଟ୍ ମଧ୍ୟ ବିକ୍ରି ହେଉଛି । ତେବେ ଏଠାରେ ଯେଉଁ ନୋଟ୍ ବିକ୍ରି ହେଉଛି, ସେଗୁଡ଼ିକର କିଛି ସ୍ୱତନ୍ତ୍ରତା ରହିଛି । ପ୍ରକୃତକଥା ହେଲା ଏଠାରେ ୧୦୦ ଟଙ୍କିଆ ନୂଆ ନୋଟ୍ ସହ ପୁରୁଣା ନୋଟ୍ ମଧ୍ୟ ବିକ୍ରି ହେଉଛି । ଏଥିମଧ୍ୟରୁ ପ୍ରାୟ ନୋଟର ୭୮୬ ନମ୍ବର ସିରିଜର ବୋଲି ଜଣାପଡ଼ିଛି । କିଛି ନୋଟର ନମ୍ବର 0AAରୁ ଆରମ୍ଭ ହୋଇଛି ।

0AA ନମ୍ବର ଥିବା ୧୦୦ ଟଙ୍କିଆ ନୋଟର ଗାଡ଼ି ପାଖାପାଖି ୧୮୦୦୦ ଟଙ୍କାରେ ମିଳଛି । ସାରା ବିଶ୍ୱରରେ ଏହାର କିଣାବିକା ହେଉଛି ବୋଲି କୁହାଯାଉଛି । ଗୋଟିଏ ସ୍ଥାନରେ ନୂଆ ଓ ପୁରୁଣା ୧୦୦ ଟଙ୍କିଆ ନୋଟ୍ ବିକ୍ରି ହେଉଛି । ଏହି ନୋଟର ମୂଲ୍ୟ ପାଖାପାଖି ୮୮୪.୮୬ ଟଙ୍କା ସ୍ଥିର ରହିଛି । ଇବେ ଡଟକମରେ କେବଳ ୧୦୦ ଟଙ୍କିଆ ନୁହେଁ , ୧୦ ଟଙ୍କିଆ ଓ ୫ ଟଙ୍କିଆ ନୋଟ୍ ମଧ୍ୟ ବିକ୍ରି ହେଉଛି । ଏହି ନୋଟ୍ ଗୁଡ଼ିକର ମୂଲ୍ୟ ମଧ୍ୟ ଖୁବ୍ ଅଧିକ ରହିଛି ।

 

ସୂଚନାଯୋଗ୍ୟ ଇବେଡଟକମ, ସାଇଟରେ ନିଲାମ ଡାକେ । ଆପଣ ଏଠାରେ କୌଣସି ବି ସାମଗ୍ରୀ ଚୟନ କରିପାରିବେ । ଆପଣଙ୍କ ଦ୍ୱାରା ତାଲିକା ହୋଇଥିବା ସମାଗ୍ରୀ କିଣିବା ପାଇଁ ଲୋକ ନିଲାମ ନେବ । ଏଠାରେ କେବଳ ଭାରତୀୟ ମୁଦ୍ରା ନୁହେଁ ଆଉ ଅନେକ ପ୍ରକାର ସାମଗ୍ରୀ ମଧ୍ୟ ମିଳିବ ।