ସାଧାରଣ ଲୋକଙ୍କ ପାଇଁ ଖୁସି ଖବର : ଦେଶର ୧୦ କୋଟି ପରିବାରକୁ ଶସ୍ତା ଏବଂ ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇ ଦେବେ ସରକାର

46

କେବୁଲ ଟିଭି ଜରିଆରେ କେନ୍ଦ୍ର ସରକାର ୧୦ କୋଟିରୁ ଅଧିକ ପରିବାରଙ୍କୁ ଶସ୍ତା ଇଣ୍ଟରନେଟ୍ ସେବା ଯୋଗାଇ ଦେବାର ପ୍ରସ୍ତୁତି କରୁଛନ୍ତି । ଟେଲିକମକ ନିୟାମକ ଟ୍ରାଇର ଏହି ସୁପାରିଶରେ ଦୂରସଂଚାର ମନ୍ତ୍ରଣାଳୟର ଆଲୋଚନା ଚାଲିଛି । ଏହି ପଦକ୍ଷେପ ଦ୍ରୁତ ଗତିରେ ଇଣ୍ଟ ରନେଟ୍ ବ୍ରଡବ୍ୟାଣ୍ଡ ମାଧ୍ୟମରେ ବିନା କୈାଣସି ଅତିରିକ୍ତ ଖର୍ଚ୍ଚ ସାଧାରଣ ଲୋକଙ୍କ ପାଖକୁ ପହଂଚାଇବାର ଅଛି । ଏହା ଲାଗୁ ହେବା ପରେ କ୍ଷିପ୍ର ଗତିରେ ଏବଂ ମହଙ୍ଗା ୱାୟାର୍ ଲେସ୍ ଡାଟା ସେବା ଚାଲିବାରେ ଅଙ୍କୁଶ ଲାଗିବ ।

ଆଜିକାଲିର ସମୟରେ ଦେଶରେ ୯୩ ପ୍ରତିଶତ ଲୋକ ଇଣ୍ଟରନେଟ୍ ୱାୟାର୍ ଲେସ୍ ଅର୍ଥାତ୍ ୱାଇ-ଫାଇର ବ୍ୟବହାର କରନ୍ତି, ଯେବେକି ମାତ୍ର ୭ ପ୍ରତିଶତ ଲୋକ ବ୍ରଡବ୍ୟାଣ୍ଡ ଅର୍ଥାତ୍ ତାର ମାଧ୍ୟମରେ ଏହି ସେବା ନିଅନ୍ତି । ସାରା ଦୁନିଆରେ ବ୍ରଡବ୍ୟାଣ୍ଡର ଏତେ ଖରାପ ପ୍ରତିଶତ କୈାଣସି ଦେଶରେ ନାହିଁ । ଆଶା ଅଛି ଯେ ଆସନ୍ତା ଦୁଇ ମାସ ଭିତରେ କେବୁଲ ଟିଭି ଲାଇନ ଜରିଆରେ ୧୦ କୋଟିରୁ ଅଧିକ ପରିବାରଙ୍କୁ ଇଣ୍ଟରନେଟ୍ ସେବା ଦେବା ପାଇଁ ମଂଜୁରୀ ପ୍ରଦାନ କରିବ । ଏହା ଦ୍ୱାରା ଲୋକଙ୍କୁ ଭଲ ଇଣ୍ଟରନେଟ୍ ସେବା ମିଳିବ ।

କେବୁଲ ଟିଭି ଜରିଆରେ ଲୋକଙ୍କୁ ଭଲ ଇଣ୍ଟରନେଟ୍ ସେବା ମିଳିପାରିବ ଏବଂ ଫିକ୍ସ ଲାଇନ ଇଣ୍ଟରନେଟ୍ ସେବାର ବିସ୍ତାର ହେବ । ଏହା ବ୍ୟତୀତ ସ୍ଥାନୀୟ କେବୁଲ ଅପରେଟରର ଆୟ ବି ବଢ଼ିବ, ବୈଷୟିକ କ୍ଷେତ୍ରର ଲୋକଙ୍କୁ ରୋଜଗାର ମିଳିବ ଏବଂ ଭଲ ଡାଟା ସ୍ପିଡ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । ବିନା କୈାଣସି ଅତିରିକ୍ତ ବ୍ୟବସ୍ଥାରେ ୧୦ କୋଟି ପରିବାର ଇଣ୍ଟରନେଟି ସହିତ ଯୋଡି ହେବେ । ଏମିତି କୈାଣସି ଦେଶରେ ପ୍ରଥମେ କେବେ ହୋଇନି । ଭବିଷ୍ୟତରେ ଏହି ପଦକ୍ଷେପ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ।