ଓବିସି ଓ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! ପ୍ରତିଷ୍ଠା ହେବ ୧୦୦ଟି ହଷ୍ଟେଲ

41

କନକ ବ୍ୟୁରୋ : ଓବିସି ଓ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ୧୦୦ଟି ହଷ୍ଟେଲ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ନବୀନ । ଏଥିପାଇଁ ୧୮୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟର ୧୪ଟି ସିଲେକ୍ଟେଡ୍ ଏଜୁକେଶନ ହବରେ ଏହି ହଷ୍ଟେଲ ଗୁଡିକ ନିର୍ମାଣ କରାଯିବ । ପ୍ରତି ହଷ୍ଟେଲରେ ୧୦୦ ଟି ଲେଖାଏଁ ଶଯ୍ୟା ରହିବ । ଏହି ହଷ୍ଟେଲ ପ୍ରତିଷ୍ଠା ହେଲେ ହଜାର ହଜାର ଓବିସି ଓ ଏସଇବିସି ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।