ଭାରତ ବଡଧରଣର କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଜୋର ଧରିଲା ଚର୍ଚ୍ଚା :କାଶ୍ମୀରକୁ ପଠାଗଲା ୧୦୦ କମ୍ପାନୀ ଅଧିକ ଫୋର୍ସ !

ପୁଲୱାମା ଘଟଣା ପରେ ସାରା ଦେଶରେ ଅନେକ ଚର୍ଚ୍ଚା ଲାଗିରହିଛି

485

କନକ ବ୍ୟୁରୋ : ପୁଲୱାମା ଘଟଣା ପରେ ସାରା ଦେଶରେ ଅନେକ ଚର୍ଚ୍ଚା ଲାଗିରହିଛି । ପାକିସ୍ତାନକୁ ଜବାବ ଦେବା ଲାଗି ଭାରତ ଅନେକ ପଦକ୍ଷେପ ମଧ୍ୟ ନେଇଛି । ମିଳିଥିବା ସୂଚନା ଅନୁସାରେ, ଭାରତ କାଶ୍ମୀର ଘାଟିକୁ ସୁରକ୍ଷା ପାଇଁ ଆଉ ୧୦୦ କମ୍ପାନୀକୁ ପଠାଇଛନ୍ତି । ତେବେ ହଠାତ ଏତେ ସଂଖ୍ୟକ ପୋଲିସ ଫୋର୍ସ କେଉଁ କାରଣରୁ ସେଠାକୁ ପଠାଯାଇଛି ତାହା ଜଣାପଡି ନାହିଁ କି ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ ।

ଏହାସହ ଆସନ୍ତା ୨୬ ଓ ୨୮ ତାରିଖରେ ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୫ ଏ ଉପରେ ଶୁଣାଣି ହେବା ନେଇ ସୁରକ୍ଷା କଡାକଡି କରାଯାଇଥିବା ଜଣାପଡିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ଜାମ୍ମୁର ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଜଣାଇ ଦିଆଯାଇଛି । ଏହାସହ ସେମାନଙ୍କୁ ବିଭିନ୍ନ ଘାଟିରେ ମୁତୟନ କରାଯିବ ବୋଲି ସୂଚନା ରହିଛି । କେବଳ ଏତିକିନ ନୁହେଁ ବରଂ ଏଲଓସି ନିରତବର୍ତୀ ଅଞ୍ଚଳକୁ ଖାଲି କରାଯାଉଥିବା ମଧ୍ୟ ସୂଚନା ରହିଛି ।