ଇଲେକଟ୍ରିକ ଗାଡି ବୁକିଙ୍ଗ କଲେ ମିଳିବ ୧୦୦% କ୍ୟାସବ୍ୟାକ ! ଜାଣନ୍ତୁ କେଉଁ କମ୍ପାନି ଦେଉଛି ଏହି ଅଫର

181

ଇଲେକଟ୍ରିକ ଗାଡି ଚଳାଚଳ ଉପରେ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଇଲେକଟ୍ରିକ ଗାଡିର ଗୁରୁତ୍ୱକୁ ଲକ୍ଷ୍ୟ କରି ଅଟୋମୋବାଇଲ ଇ କର୍ମସ କମ୍ପାନି ଡ୍ରୁମ ଏକ ନୂଆ ଅଫର ଘୋଷଣା କରିଛି । ଇଲେକଟ୍ରିକ ଗାଡି କିଣିବାକୁ ଲୋକଙ୍କୁ ପୋତ୍ସାହିତ କରିବା ପାଇଁ ଡ୍ରୁମ କମ୍ପାନି ନୂଆ ବୁକିଙ୍ଗ ଉପରେ ଶହେ ପ୍ରତିଶତ କ୍ୟାସବ୍ୟାକ ଅଫରର ଘୋଷଣା କରିଛି ଡ୍ରୁମ କମ୍ପାନ । ଏଥିପାଇଁ ମହିନ୍ଦ୍ରା ଓ ହିରୋ ଭଳି କମ୍ପାନି ସହ ହାତ ମିଳାଇଛି ଡ୍ରୁମ କମ୍ପାନି । ଏହି ସବୁ କମ୍ପାନି ଏବେ ଭାରତରେ ଇଲେକଟ୍ରିକ ଗାଡି ନିର୍ମାଣ କ୍ଷେତ୍ରରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ।

droomଡ୍ରୁମର ସଂସ୍ଥାପକ ତଥା ସିଇଓ ସନ୍ଦୀପ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଭାରତ ସରକାର ଏବେ ଇଲେକଟ୍ରିକ ଗାଡି ଉପରେ ଅଧିକ ଜୋର ଦେଉଛନ୍ତି । ଏପରିକି ଏହି ଗାଡି କିଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି । ବାୟୁ ପ୍ରଦୂଷଣକୁ ରୋକିବା କ୍ଷେତ୍ରରେ ଏହି ଗାଡି ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଖୁବ କମ ଦିନରେ ଏହା ବେଶ ଲୋକପ୍ରିୟ ହୋଇପାରିଛି । ତେଣୁ ଏହି ଗାଡି ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନି ଆକର୍ଷଣୀୟ ଅଫର ଦେଉଛି ।ଅନଲାଇନ ସାଇଟ ଡ୍ରୁମରେ ୨୦ ହଜାରରୁ ୪୨ ହଜାର ଟଙ୍କା ମୂଲ୍ୟର ଇଲେକଟ୍ରିକ ସ୍କୁଟର ମିଳୁଥିବା ବେଳେ ୮ ଲକ୍ଷରୁ ୧୩ ଲକ୍ଷ ଟଙ୍କା ମୂଲ୍ୟର କାର ମଧ୍ୟ ଉପଲବ୍ଧ ରହିଛି ।

ଏବେ ଇଲେକଟ୍ରିକ କାର ଉପରେ ଅଧିକ ଗୁରୁତ୍ୱ ଦେଉଛି ମହିନ୍ଦ୍ରା କମ୍ପାନି । ଘରୋଇ ମାର୍କେଟରେ ଭଲ କାର ବ୍ୟବସାୟ କରୁଥିବା ମହିନ୍ଦ୍ରା ଏବେ ଜୋରସୋରରେ ଇଲେକଟ୍ରିକ କାର ନିର୍ମାଣ କ୍ଷେତ୍ରରେ ଲାଗିଛି । ଆଗାମୀ ଦିନରେ ଇଲେକଟ୍ରିକ ଗାଡିର ଚାହିଦାକୁ ଦୃଷ୍ଟିରେୂ ରଖି ଏହା ଉପରେ ଅଧିକ ଫୋକସ କରୁଛି ମହିନ୍ଦ୍ରା କମ୍ପାନି ।