ଆଶ୍ରା ଖୋଜୁଛି ୧୦ ବର୍ଷର ବାଳକ ! ଜୀବନ ଜୀବିକା ଜାଣିବା ପୁର୍ବରୁ ଆରପାରିରେ ବାପା-ମାଆ। ଆଖିରୁ ଲୁହ ଗଡ଼ାଇ କାନ୍ଦୁଛି ପୁର୍ଣ୍ଣ ।

ରାସ୍ତାରେ ଯାତାୟାତ କରୁଥିବା ପଥିକ ମାନଙ୍କୁ ଦହିପାଣି ବିକ୍ରୀ କରି ଚାଲିଥିଲା ମାଆ ପୁଅ ଙ୍କ ଜୀବନ । ୫ ବର୍ଷ ପୁର୍ବେ ସ୍ୱାମୀ ଲଇଛନ ଗଉଡ଼ କିଡ଼ିନି ରୋଗରେ ପଡ଼ି ମୃତ୍ୟୁ ବରଣ କରିଥିଲେ ।

275

କନକ ବ୍ୟୁରୋ: ଦୁଃଖ ବି ଏମିତି ଆସେ ଯେ କାହାର ସ୍ଥିତିକୁ ବି ପରଖେ ନାହିଁ । ଏକଥା ଏଥିପାଇଁ କହୁଛୁ ଯେ, ଅଭାବୀ ସାଙ୍ଗକୁ ବାପା ମାଆ ଛେଉଣ୍ଡ ହୋଇଗଲା ୧୦ ବର୍ଷର ପୁର୍ଣ୍ଣ । ଏ କୌଣସି ଉପାନ୍ତ ଅଚଂଳ ନୁହଁ । ଜୟପୁର ସହର ଠାରୁ ମାତ୍ର ୭ କିମି ଦୁର ଗଉଡ଼ ଗୁଡ଼ା ଗ୍ରାମର କାହାଣୀ । ଗରିବକୁ ସାଥି କରି ଦଦରା ଆଜବେଷ୍ଟ ଘରେ ଚଳୁଥିଲା ପାର୍ବତୀ ଗଉଡ଼ ଓ ତାର ୧୦ ବର୍ଷର ପୁଅ ପୁର୍ଣ୍ଣ । ରାସ୍ତାରେ ଯାତାୟାତ କରୁଥିବା ପଥିକ ମାନଙ୍କୁ ଦହିପାଣି ବିକ୍ରୀ କରି ଚାଲିଥିଲା ମାଆ ପୁଅ ଙ୍କ ଜୀବନ । ୫ ବର୍ଷ ପୁର୍ବେ ସ୍ୱାମୀ ଲଇଛନ ଗଉଡ଼ କିଡ଼ିନି ରୋଗରେ ପଡ଼ି ମୃତ୍ୟୁ ବରଣ କରିଥିଲେ । ଜଙ୍ଗଲରୁ କାଠ ଆଣି ସହରରେ ବିକ୍ରୀ କରି ଗୁଜୁରାଣ ମେଂଟୁଥିଲା । ସ୍ୱାମୀର ମୃତ୍ୟୁ ପରେ ପୁଅର ଭବିଷ୍ୟତ ପାଇଁ ପାର୍ବତୀ ଚଳାଉଥିଲା ଘର । ପରିବାର କହିଲେ ପୁର୍ଣ୍ଣକୁ ଛାଡ଼ିଲେ ଆଉ କେହି ନାହିଁ ।

ହେଲେ କେହି ଜାଣିବା ପୁର୍ବରୁ ହଠାତ କିଡ଼ନି ରୋଗରେ ଆକ୍ରାନ୍ତ ହୋଇଗଲା ମାଆ ପାର୍ବତୀ । ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ, ଖେଳିବା ବୟସରେ ପୁର୍ଣ୍ଣ ମାଆକୁ ବଚାଂଇବାକୁ ଆପ୍ରାଣ ଚେଷ୍ଟା କଲା ହେଲେ ପୁଅ ଜାଣିବା ପୁର୍ବରୁ ପାର୍ବତି ଆରପାରିରେ ଚାଲିଗଲା । ଅବାକ ହୋଇ ରହିଗଲା ପୁର୍ଣ୍ଣ । ଏକୁଟିଆ ଭଙ୍ଗା ଦଦରା ଘରେ ଆଖିରୁ ଲୁହ ଗଡ଼ାଇ ଅନାଇ ବସିଛି ଦୁନିଆକୁ , ଦୁଖରେ କଥା ବି ଠିକ ଭାବେ କହି ପାରୁ ନାହିଁ । ପୂର୍ଣ୍ଣ ଆଖିର ଚାହାଣୀ ସମସ୍ତଙ୍କୁ ପ୍ରଶ୍ନ କରୁଛି ଯେ, ମୋ ମାଆ କୁଆଡ଼େ ଗଲା?

ପାର୍ବତିର ମୃତ୍ୟୁ ଖବର ପାଇ ଗାଁ ଲୋକ ଓ ଦୁରରେ ରହୁଥିବା ବନ୍ଧୁବାନ୍ଧବଙ୍କ ସହାୟତାରେ ଦଶା କାମ ସରିଗଲା । ବର୍ତମାନ ପୁର୍ଣ୍ଣର ବଚିଂବାର ରାହା କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ଗ୍ରାମାଚଂଳର ବିକାଶ ପାଇଁ ସରକାରଙ୍କ କରିଛନ୍ତି ମାଳମାଳ ଯୋଜନା ହେଲେ ପୁର୍ଣ୍ଣ ପରିବାରକୁ ଏହା ଛୁଇଁ ପାରି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁରେ କୌଣସି ସୁବିଧା ନାହିଁ ମୁଖ୍ୟତଃ ପାଣି ପାଇଁ ବହୁତ ଅସୁବିଧା, ପ୍ରଦୂଷିତ ପାଣି ପିଇ କିଡ଼ିନି ରୋଗରେ ପଡ଼ୁଛନ୍ତି ବୋଲି ଗ୍ରାମବାସୀ କହିଥିବା ବେଳେ ପୁର୍ଣ୍ଣର ଭବିଷ୍ୟତକୁ ନେଇ ଏବେ ଚିନ୍ତା, ଆମେ କଣ କରିପାରିବୁ , ସରକାର ପୂର୍ଣ୍ଣ ପାଇଁ ସହାୟତାର ହାତ ବଢ଼ାନ୍ତୁ ବୋଲି କହିଛନ୍ତି ଗ୍ରାମବାସୀ ।