ରାଜ୍ୟର ୩୪ ବୁଥରେ ସାନି ମତଦାନ । ସକାଳ ୯ଟା ସୁଦ୍ଧା ଏହି ବୁଥଗୁଡିକରେ ହୋଇଛି ୧୦% ମତଦାନ

104

କନକ ବ୍ୟୁରୋ: ରାଜ୍ୟର ଆଜି ୩୪ ବୁଥରେ ସାନି ମତଦାନ ହେଉଛି । ସକାଳ ୯ଟା ସୁଦ୍ଧା ଏହି ବୁଥ୍ ଗୁଡିକରେ ୧୦ପ୍ରତିଶତ ମତଦାନ ହୋଇଛି । ତୃତୀୟ ଓ ଚତୁର୍ଥ ପର୍ଯାୟରେ ରାଜ୍ୟରେ ହୋଇଥିବା ନିର୍ବାଚନରେ କିଛି ବୁଥରେ ଅନିୟମିତତା ଓ ତ୍ରୁଟି ହୋଇଥିବା ଅଭିଯୋଗ ଆସିଥିଲା । ଏହା ପରେ ଆଜି ସାନି ମତଦାନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଆଜି ହେଉଥିବା ସାନି ମତଦାନରେ ତୃତୀୟ ପର୍ଯ୍ୟାୟର ୧୨ଟି ବୁଥ ଓ ଚତୁର୍ଥ ପର୍ଯ୍ୟାର‌୍ୟର ୨୨ଟି ବୁଥ ରହିଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବାକୁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି ।

ବରୀର ୫ଟି ବୁଥ, ବାରିପଦା, ମାହାଙ୍ଗା ଓ ଆଠଗଡର ୪ଟି ଲେଖାଁଏ ବୁଥ, ଜଳେଶ୍ୱର, ବିଂଚାରପୁରରେ ୨ଟି ଲେଖାଁଏ ବୁଥ, ବଡମ୍ବା, ଦେବଗଡ, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ୱର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି , ସାଲେପୁର ଓ ପାରାଦୀପରେ ଗୋଟିଏ ଲେଖାଁଏ ବୁଥରେ ସକାଳୁ ସାନି ମତଦାନ ହେଉଛି । ଭୁବନେଶ୍ୱର ମଧ୍ୟ ଆସନର ସହିଦ ନଗରର ୧୨୭ ନଂବର ବୁଥରେ ରି ପୋଲିଂ ହେଉଛି । ଏଠାରେ ବିଜେଡିର ଅନନ୍ତ ନାରାୟଣ ଜେନା, କଂଗ୍ରେସର ରାଜୀବ ପଟ୍ଟନାୟକ ଓ ବିଜେପିର ଜଗନ୍ନାଥ ପ୍ରଧାନଙ୍କ ମଧ୍ୟରେ ଟକ୍କର ହେଉଛି ।