ଗରମ ଦିନରେ ଏହି ୧୦ ଟି ଉପାୟରେ ନିଅନ୍ତୁ କେଶର ଯତ୍ନ . . . . .

50

ଗରମ ଦିନରେ ଆପଣଙ୍କୁ ନିଜ କେଶର ଓ ତ୍ୱଚାର ଖାସ୍ ଧ୍ୟାନ ରଖିବା ଉଚିତ । ବିଶେଷଜ୍ଞଙ୍କ କହିବା ଅନୁସାରେ ଖରା ଦିନରେ ହିଁ ଅଧିକ କେଶ ଝଡିବା ସମସ୍ୟା ଦେଖାଦିଏ । ଏଥିପାଇଁ ଜାଣନ୍ତୁ ୧୦ଟି ଟିପ୍ସ, ଯାହା ଆପଣଙ୍କ କେଶ ସହ ଜଡିତ ସମସ୍ୟାର ସମାଧାନ କରିବ ।

– ସପ୍ତାହ ଶେଷରେ ଯେମିତି ହେଲେ ଥରେ ତେଲ ଲଗାନ୍ତୁ ଏବଂ ଖୋସା କରି ରଖନ୍ତୁ । ଏପରି କରିବା ଦ୍ୱାରା କେଶକୁ ପୋଷଣ ମିଳେ ।

– କେଶରେ ହେୟାର ଡ୍ରାୟର ଆଦିି ପ୍ରୟୋଗ କରନ୍ତୁ ନାହିଁ । ଏଥିରେ କେଶ ରୁକ୍ଷ ହେବା ସହ କେଶ ଅଧିକ ଝଡିବାରେ ଲାଗେ ।

– ସନ୍ଧ୍ୟାରେ ଘରକୁ ଫେରିବା ପରେ ଭଲରେ କେଶ କୁଣ୍ଡାନ୍ତୁ ଓ ବାନ୍ଧି ନିଅନ୍ତୁ ।

– ଯେତେବେଳ ବାହରକୁ ବାହାରୁଛନ୍ତି, ସେତେବେଳ କେଶରେ କପଡା ଗୋଡାଇ ବାହାରନ୍ତୁ ।

– କେଶ ଧୋଇବା ପୂର୍ବରୁ କେଶରେ ନଡିଆ ତେଲ ମାଲିସ କରନ୍ତୁ । ପ୍ରତିଦିନ କେଶ ଧୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା କେଶମୂଳରେ ଥିବା ପ୍ରାକୃତିିକ ତୈଳ ନଷ୍ଟ ହୋଇଯାଏ ।

– କେଶକୁ ରଙ୍ଗ କରିବା ପାଇଁ ଆମୋନିଆ ନଥିବା ରଙ୍ଗ ବ୍ୟବହାର କରନ୍ତୁ ।

– ଯେବେ ବି ପୁଲକୁ ଯାଉଛନ୍ତି ଫେରିବା ପରେ ତୁରନ୍ତ କେଶ ଧୋଇବା ଉଚିତ୍ ।

– ଓଦାକେଶରେ ପାନିଆ କରନ୍ତୁ ନାହିଁ ।

– ତାପମାତ୍ରା ବଢ଼ୁଥିବା ହେତୁ ତେଲ ବଦଳରେ କେଶରେ ସେରମ ଲଗାନ୍ତୁ । ଏହା କମ ଚିପଚିପା ଥାଏ ।

– ଖୋଲା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ ।