ସଫଳତାର ୧୦ଟି ମନ୍ତ୍ର ! ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ହାତଗୋଡ ନଥିବା ବିଶ୍ୱପ୍ରସିଦ୍ଧ ବ୍ୟକ୍ତିତ୍ୱ ନିକ୍ ବୁଜିସିକ୍ ।

44

ତାଙ୍କର ହାତଗୋଡ ନାହିଁ କିନ୍ତୁ ତାଙ୍କୁ ଦିବ୍ୟାଙ୍ଗ ମଧ୍ୟ କୁହାଯାଇପାରିବ ନାହିଁ । ଶାରୀରିକ ଅକ୍ଷମତା ରହିଥିଲେ ମଧ୍ୟ ତାଙ୍କ ଚିନ୍ତାଧାକା ଆଜି ପୁରା ଦୁନିଆ ପାଇଁ ପାଲଟିଛି ପ୍ରେରଣା । ସଫଳତାର ଏହି ୧୦ ଟି ମନ୍ତ୍ର ଦିଅନ୍ତି ହାତଗୋଡ ନଥିବା ବିଶ୍ୱପ୍ରସିଦ୍ଧ ବ୍ୟକ୍ତିତ୍ୱ ନିକ୍ ବୁଜିସିକ୍ ।

: ଯଦି ତୁମେ ଚାଲିବା ଆରମ୍ଭ କରିବ ତାହାଲେ କ୍ଷତ ଜଲଦି ଶୁଖିବାକୁ ଲାଗିବ । ବସି ରହିଲେ କ୍ଷତ ବଢ଼େ, ଶାରୀରିକ ଭାବେ ବି ମାନସିକ ଭାବେ ବି ।

: ନିଜକୁ ନିଜେ ଖରାପ ବୋଲି ଭାବିବା ଏକ ମିଥ୍ୟା; ତୁମେ କେଉଁ କାମ ପାଇଁ ଯୋଗ୍ୟ ନୁହେଁ ବୋଲି ଭାବିବା ଏକ ପାପ ।

: ଭଗବାନ ତୁମକୁ ମାତ୍ର ଗୋଟିଏ ପାଟି ଦେଇଛନ୍ତି କିନ୍ତୁ ଦୁଇଟି କାନ ଦେଇଛନ୍ତି । ସେଥିପାଇଁ ଥରେ କହିବା ପୂର୍ବରୁ ଦୁଇ ଥର ଶୁଣିନେବା ଉଚିତ ।

: ମୁଁ ଏମିତି କେହି ରୁକ୍ଷ ଲୋକଙ୍କୁ ଭେଟିନାହିଁ ଯିଏକି ଜଣେ ସାହାଯ୍ୟକାରୀ ଏବଂ ଏପରି କୌଣସି ସାହାଜ୍ୟକାରୀଙ୍କୁ ଭେଟିନାହିଁ ଯିଏ ରୁକ୍ଷ ।

: କୌଣସି ଦ୍ରବ୍ୟରେ ଯଦି ତୁମେ ଖୁସି ଖୋଜିବାକୁ ଚାହୁଁଛ, ତେବେ ସେ ଖୁସି ତୁମକୁ କେବେ ବି ମିଳିବ ନାହିଁ ।

: ଭଗବାନଙ୍କ ଉପରେ ଭରସା ରଖୁଥିବା ବ୍ୟକ୍ତି କଠିନରୁ କଠିନ ପରିସ୍ଥିତିରେ ବି ଖୁସି ରହିପାରେ ।

: ହୁଇଲଚେୟାରରେ ବସୁଥିବା ଲୋକ ଦିବ୍ୟାଙ୍ଗ ନୁହଁନ୍ତି; ଭୟ କରୁଥିବା ବ୍ୟକ୍ତି ବାସ୍ତବିକ ଦିବ୍ୟାଙ୍ଗ, ମାନସିକ ଭାବେ ।

: ଭଗବାନ ମୋତେ ଏକ ଉଦାହାରଣ ଭାବେ ବ୍ୟବହାର କରିଛନ୍ତି ଯେ କିପରି ସେ ଜଣେ ବ୍ୟକ୍ତିକୁ ହାତଗୋଡ଼ ନଦେଇ ନିଜ ହାତଗୋଡ଼ ଦେଇଛନ୍ତି ବ୍ୟବହାର କରିବାକୁ ।

: ଈଶ୍ୱର କାହା ଜୀବନରେ ଏମିତି କିଛି କରନ୍ତି ନାହିଁ; ଯାହା ସେ ବ୍ୟକ୍ତି ପାଇଁ ଖରାପ ହୋଇଥାଏ ।

: ଯଦି ଆପଣଙ୍କ ସହ କିଛି ଚମତ୍କାର ହେଉ ନାହିଁ; ତେବେ ନିଜେ ଏକ ଚମତ୍କାର ବନିଯାଆନ୍ତୁ ।