ଭାଇରାଲ୍ ହେଲା ଭାରତର ପ୍ରଥମ ରିମୋର୍ଟ କଣ୍ଟ୍ରୋଲ୍ ବମ୍ ! କେତେ ଭୟଙ୍କର ଥିଲା ଆଇଏସଆଇଏସର ଯୋଜନା? ଦେଖନ୍ତୁ ଭିଡିଓ

217

ରାଷ୍ଟ୍ରୀୟ ଜାଞ୍ଚ୍ ଏଜେନ୍ସୀ (ଏନଆଇଏ) ବୁଧବାର ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ୧୭ ଟି ସ୍ଥାନରେ ରେଡ୍ କରି ୧୦ ଜଣ ଲୋକଙ୍କୁ ଗିରଫ କରିଛି । ଜାଞ୍ଚ୍ ଏଜେନ୍ସୀଙ୍କ ସନ୍ଦେହରେ ଏହା କଥିତ ରୁପରେ ଆଇଏସ୍ ମଡ୍ୟୁଲ୍ ର ଏକ ଅଂଶ । ଏହି ସଂସ୍ଥାର ସଂସ୍ଥାପକ ମୁଫତି ମହମ୍ମଦ ସୁହେଲ୍ ବା ହଜରତ୍ (୨୯) ଅଟେ । ଯେ ପଶ୍ଚିମ ଅମରୋହାର ମୂଳ ନିବାସୀ । କିନ୍ତୁ ବର୍ତ୍ତମାନ ଉତ୍ତରପୂର୍ବ ଦିଲ୍ଲୀର ଜାଫରାବାଦ୍ ରେ ରହୁଛି ।

ତିନି-ଚାରି ମାସ ପୂର୍ବରୁ ଏହି ସଂସ୍ଥା ଆରମ୍ଭ ହୋଇଥିବା କଥା ସୂତ୍ରରୁ ଜାଣିବାକୁ ମିଳିଥିଲା । ସଂସ୍ଥା ଆରମ୍ଭ ହେବା ପରେ ଅନଲାଇନ୍ ଉପକରଣକୁ ବ୍ୟବହାର କରି ସଦସ୍ୟଙ୍କୁ ଉଳସାଇଥିଲେ । ଏଜେନ୍ସୀ ଏବେ ସୁହେଲ୍ ର ଏକ ଭିଡିଓ ଜବତ କରିଛି ଯେଉଁଥିରେ ସେ ସର୍କିଟ୍ ର ବ୍ୟବହାରରେ କିଭଳି ବମ୍ ପ୍ରସ୍ତୁତ ହୁଏ ତାହା ଦର୍ଶାଯାଇଛି । ଅଭିଯୋଗ ରହିଛି କି ସୁହେଲ୍ ଏବେ ନିଜ ସଦସ୍ୟଙ୍କୁ ହତିଆର , ବିସ୍ଫୋଟକ ଏବଂ ଅନ୍ୟ ସାମଗ୍ରୀ କିଣିବାର ଦାୟିତ୍ୱ ଦେଇଥିଲା ଯାହାଦ୍ୱାରା ରିମୋର୍ଟ ତଥା ପାଇପ୍ ବମ୍ ପ୍ରସ୍ତୁତ କରାଯାଇପାରିବ ।

<


p style=”text-align: justify;”>ତେବେ ଏହି ଭିଡିଓରେ ସୁହେଲ୍ କହୁଛି ଦୋଲତ୍-ଏ-ଇସଲାମିଆ ହିନ୍ଦୁସ୍ଥାନରେ ପ୍ରଥମ ବିସ୍ଫୋଟକର ଆରମ୍ଭ । ଭିଡିଓରେ ଉକ୍ତ ବମ୍ ର ବିବରଣୀ ବିଷୟରେ ସୁହେଲ୍ କହୁଛି । ଏହା ମୋବାଇଲ୍ ରିମୋର୍ଟ ବ୍ୟବହାର କରି ଦର୍ଶାଯାଇଛି । ତେବେ ସନ୍ଦିଗ୍ଧଙ୍କ ଠାରୁ ବିପୁଳ ମାତ୍ରାରେ ବିସ୍ଫୋଟକ,ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି । ରକେଟ୍ ବମ୍ ମଧ୍ୟ ଜବତ କରାଯାଇଛି ।