କନକ ବ୍ୟୁରୋ : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ନିୟନ୍ତ୍ରଣ ରେଖାରେ ଚାଲିଥିବା ଗୁଳିବିନିମୟରେ ଗତ ତିନି ସପ୍ତାହ ଭିତରେ ଭାରତୀୟ ସେନା ପାକିସ୍ତାନର ୧୦ଜଣ ସେନା କମାଣ୍ଡୋଙ୍କୁ ନିହତ କରିଛନ୍ତି । ସୂଚନାଯୋଗ୍ୟ, ପାକିସ୍ତାନ ସେନା ବାରମ୍ବାର ଭାରତର ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଏଥିସହିତ ଅସ୍ତ୍ରବିରତିକୁ ବି ଉଲଂଘନ୍ନ କରି ଆତଙ୍କବାଦୀମାନେ ଭାରତ ସୀମାରେ ପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ତେବେ ଭାରତୀୟ ସେନା ଏହାର ଜବାବ ଦେବାକୁ ଯାଇ ୧୦ରୁ ଅଧିକ ଏସ୍ଏସଜି କମାଣ୍ଡୋଙ୍କୁ ନିହତ କରିଥିବା ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରିପୋର୍ଟ ମୁତାବକ, ପାକିସ୍ତାନ ସେନା ଗତ ୧୫ଦିନରେ ନିୟନ୍ତ୍ରଣ ରେଖା ନିକଟରେ ୧୦୦ରୁ ଅଧିକ ଏସ୍ଏସ୍ଜି କମାଣ୍ଡୋଙ୍କୁ ନିୟୋଜିତ କରିଥିଲେ । ଏପରି କରିବା ପଛରେ ପାକିସ୍ତାନ ଭାରତୀୟ ସେନା ବିରୋଧରେ ବ୍ୟାଟ ଆକ୍ରମଣ (ବର୍ଡର ଅକସନ୍ ଟିମ୍)କରିବା କଥା କୁହାଯାଉଛି । ଏପଟେ ଭାରତୀୟ ସେନା ପାକିସ୍ତାନ ସେନା କିମ୍ବା ଆତଙ୍କବାଦୀ ଦ୍ୱାରା ହେବାକୁ ଥିବା କୌଣସି ବି ଆକ୍ରମଣକୁ ବିଫଳ କରିବା ପାଇଁ ହାଇ ଆଲର୍ଟରେ ଅଛନ୍ତି ।