ଆସନ୍ତା ୨୫ ଆରମ୍ଭ ହେବ ‘ଭାରତ ୱାଇଫାଇ ସେବା’ : ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି, ୧୦ ଲକ୍ଷ ସ୍ଥାନରେ ଉପଲବ୍ଧ ହେବ ସୁବିଧା

51

ଦେଶର ୧୦ ଲକ୍ଷ ସର୍ବସାଧାରଣ ସ୍ଥାନରେ ୱାଇଫାଇ ହଟସ୍ପଟ୍ ଲାଗିବ । ଦୂରସଂଚାର ବିଭାଗ ଏନେଇ ମଞ୍ଜୁରୀ ଦେଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଅକେକ୍ଟାବରେ ଏହି ଯୋଜାର ଆରମ୍ଭ କରିବେ । ଏହି ଯୋଜନାର ନାମ ରଖାଯାଇଛଇ ‘ଭାରତ ୱାଇ ଫାଇ ଯୋଜନା’ । ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସୁବିଧା ସାରା ଦେଶରେ ସମ୍ପୂର୍ଣ୍ଣ ରୂପେ ଲାଗୁ ହେବାର ଯୋଜନା ରହିଛି ।

Source:Inext Live

ଦୂରସଂଚାର କମ୍ପାନୀଗୁଡ଼ିକ ଦୂରସଂଚାର ବିଭାଗ ସମ୍ମୁଖରେ ନିଜ ମଡ଼େଲ ଉପସ୍ଥାପନ କରିଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ବି ମୋବାଇଲ କମ୍ପାନୀ ଗ୍ରାହକ କୌଣସି ବି ୱାଇଫାଇ ହଟସ୍ପଟ୍ ବ୍ୟବହାର କରିପାରିବେ । ଇଂଟରପୋଟାବିଲିଟି ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହୋଇପାରିବ । ଏହାସହ ନେଟୱର୍କ ପରିବର୍ତ୍ତନ କଲେ ବାରମ୍ବାର ପାସୱର୍ଡ଼ ଦେବାକୁ ମଧ୍ୟ ପଡ଼ିବ ନାହିଁ ।

ସୂଚନା ଅନୁସାରେ ଦୂରସଂଚାର କମ୍ପାନୀ ଗୁଡ଼ିକ ଏଥିପାଇଁ ପୂର୍ବରୁ ଆପତ୍ତି ଉଠାଇଥିଲେ । ତେବେ ବତ୍ତର୍ମାନ ସମସ୍ତେ ଭାରତ ୱାଇଫାଇ ଯୋଜନାରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସାଧାରଣ ଜନତାଙ୍କୁ ଶସ୍ତା ଦରରେ ଇଂଟରନେଟ୍ ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା ହୋଇଛି । ଦୂରସଂଚାର ସଚିବ କହିଛନ୍ତି ୫ ଲକ୍ଷ ସର୍ବସାଧାରଣ ୱାଇଫାଇ ହଟସ୍ପଟ୍ ଲଗାଇବାର ଯୋଜନା ଥିଲା । ତେବେ ପରେ ଏହାର ପରିମାଣକୁ ବୃଦ୍ଧି କରାଯାଇ ୧୦ ଲକ୍ଷ କରିଦେଇଛି । ଏପରି ହେବାଦ୍ୱାରା ଲୋକଙ୍କୁ ରୋଜଗାର ମିଳିବା ସହ ଦେଶରେ ଇଂଟରନେଟ୍ ସୁବିଧାର ପ୍ରସାର ହେବ ।