ବ୍ୟାରିକେଡ ଭାଙ୍ଗି ରଥ ନିକଟକୁ ଧସେଇ ପଶିଲେ ଭକ୍ତ : ଦଳାଚକଟାରେ ୧୦ରୁ ଅଧିକ ଗୁରୁତର

123

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ପବିତ୍ର ରଥଯାତ୍ରା । ତେବେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବେଳେ ଦେଖାଦେଇଛି ଅଘଟଣ । ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପୋଲିସ । ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ହୋଇଥିବାବେଳେ ଶ୍ରୀଜିଉଙ୍କୁ ଟିକେ ପାଖରୁ ଦେଖିବାକୁ, ରଥକୁ ଟିକେ ଛୁଇଁ ଦେବାକୁ ଭକ୍ତଙ୍କ ଭିତରେ ରହିଛି ବିଶେଷ ଆଗ୍ରହ । ସେଥିଲାଗି ଆଜି ବ୍ୟାରିକେଡ ଭାଙ୍ଗି ରଥ ନିକଟକୁ ଧସେଇ ପଶିଛନ୍ତି ଭକ୍ତ । ଫଳରେ ଦଳାଚକଟା ହୋଇଛି । ଏଥିରେ ୧୦ ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି । ପରେ ପୋଲିସ ପହଂଚି ଭିଡକୁ ନିୟନ୍ତ୍ରଣ କରିଛି । ବର୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି । ସେପଟେ ବିଭିନ୍ନ ସ୍ଥାନରେ ଶ୍ୱାସରୁଦ୍ଧ ହୋଇ ୨୬ଜଣ ଶ୍ରଦ୍ଧାଳୁ ଗୁରୁତର ହୋଇପଡିଛନ୍ତି । ପୁରୀ ସମୁଦ୍ର ବେଳାଭୂମିରେ ଲହଡି ମାଡ ହେବା ଫଳରେ ମଧ୍ୟ ୨୦ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ଓ ଆହତଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।