୨୦ ଧନୀଙ୍କ ପାଖରେ ଦେଶର ୧୦% ଜିଡିପି

47

କନକ ବ୍ୟୁରୋ: ଦେଶର ଶ୍ରେଷ୍ଠ ୨୦ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ମୂଲ୍ୟ ୨୦୦ ବିଲିଅନ ଡଲାର ପାଖାପାଖି ପହଞ୍ଚିଛି । ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୦% ସହିତ ସମାନ । ଭାରତ ହେଉଛି ୨ ଟ୍ରିଲିଅନ୍ ଡଲାରର ଅର୍ଥନୀତି । ଏକ ଟ୍ରିଲିଅନ୍ ଏକ ଲକ୍ଷ କୋଟି ସହିତ ସମାନ । ସେହି ଅନୁସାରେ ହିସାବ କଲେ ଏହି ୨୦ ଜଣ ଧନୀଙ୍କ ସମ୍ପତ୍ତି ଜିଡିପିର ୧୦% ସହିତ ସମାନ ହେଉଛି ।

ସେହି ଧନୀ ବ୍ୟକ୍ତିମାନେ ହେଉଛନ୍ତି ମୁକେଶ ଅମ୍ବାନି, ଲକ୍ଷ୍ମୀ ମିତ୍ତଲ, ଅଜିମ୍ ପ୍ରେମ୍ଜୀ, ପାଲୋଞ୍ଜି ମିସ୍ତ୍ରୀ, ଶିବ ନାଦାର, ଦିଲ୍ଲୀପ ସାଂଘଭି, ଉଦୟ କୋଟାକ୍, କୁମାର ମଙ୍ଗଳମ୍ ବିର୍ଲା, ସାଇରସ୍ ପୁନାଓ୍ଵାଲା, ଗୌତମ ଆଦାନି, ବିକ୍ରମ ଲାଲ୍, ପାଙ୍କେ ପଟେଲ୍, ବେଣୁ ଗୋପାଳ, ରାଧାକୃଷ୍ଣ ଦମାନି, ମିକି ଜାଗତିଆନି, ଇନ୍ଦୁ ଜୈନ୍, କେ ପି ସିଂହ, ଅଜୟ ପିରାମଲ୍, ପ୍ରକାଶ ହିନ୍ଦୁଜା, ଅଶୋକ ହିନ୍ଦୁଜା, ରାହୁଲ ବଜାଜ ଏବଂ କାଲାନିଧି ମାରାନ୍ ।

ବ୍ଲୁମବର୍ଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ତାଲିକା ଅନୁଯାୟୀ ୧୮ ଜଣ ବିଲୟନେୟାରଙ୍କ ସମ୍ପତ୍ତି ପରିମାଣ ୬୪୦୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବଢ଼ିଛି । କେବଳ ସନ୍ ଫାର୍ମାର ଦିଲ୍ଲୀପ ସାଂଘଭିଙ୍କୁ ବାଦ ଦେଲେ ଅନ୍ୟ ସମସ୍ତଙ୍କ ସମ୍ପତ୍ତି ପରିମାଣ ବଢ଼ିଛି । ୨୦୧୭ରେ ଶୀର୍ଷ ଧନୀଙ୍କ ପାଖରେ ଦେଶର ୫୮% ସମ୍ପତ୍ତି ରହିଛି, ଯାହା ଅନ୍ତର୍ଜାତୀୟ ସ୍ତରରେ ୫୦ ପ୍ରତିଶତ ରହିଛି ।