ଓଡ଼ିଶା ସୀମାନ୍ତରୁ ଜବତ ହେଲା ବିପୁଳ ଟଙ୍କା । କାର ଭିତରୁ ମିଳିଲା ୧୦ କୋଟି ୯୦ ଲକ୍ଷ, ପୋଲିସର ତଦନ୍ତ ଜାରି ।

291

କନକ ବ୍ୟୁରୋ: ଛତିଶଗଡରେ ଜବତ ହେଲା ବିପୁଳ ଟଙ୍କା । ଗୋଟିଏ କାର ଭିତରୁ ମିଳିଲା ୧୦ କୋଟି ୯୦ ଲକ୍ଷ ଟଙ୍କା । ସୂଚନା ମୁତବାକ ଏକ ଟୋୟଟା ଇଟିଅସ୍ କାର ଯୋଗେ କଟକରୁ ଛତିଶଗଡ ମହାସମୁନ୍ଦ ଦେଇ ଉତରପ୍ରଦେଶ ଆଗ୍ରାକୁ ଯାଉଥିବା ବେଳେ ପୋଲିସ ଜବତ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଯୁବକଙ୍କୁ ଅଟକ ରଖିି ପଚରା ଉଚୁରା କରୁଛି ସ୍ଥାନୀୟ ପୋଲିସ୍ ।

ମାଲକାନଗିରୀ ସୀମାନ୍ତ ଛତିଶଗଡ ମହାସମୁନ୍ଦ ଖଲ୍ଲାରୀ ଥାନାରେ ଅଟକ ଥିବା ୪ଜଣଙ୍କୁ ପଚରା ଉଚୁରାରୁ ଜଣାପଡ଼ିଛି ଯେ, ଅଗ୍ରା ବାସିନ୍ଦା ଅବଧେଶ ଅଗ୍ରୱାଲ କଟକକୁ ଏହି ଟଙ୍କା ଆଣିବା ପାଇଁ ୪ ଜଣଙ୍କୁ  ପଠାଇଥିଲେ । ଏପରିକି ଏହା କେବଳ ଫୋନ୍ ଯୋଗେ ଟଙ୍କା କାରବାର ହେଉଥିବା ୪ ଅଟକ ରହିଥିବା ଅଭିଯୁକ୍ତ କହିଛନ୍ତି । ସେପଟେ ଟଙ୍କା କେଉଁଠାରୁ ଆସିଲା ତାହାର ଛାନ୍ ଭିନ୍ କରୁଛି ପୋଲିସ ।

Comments are closed.