କିଛି ସ୍ୱତନ୍ତ୍ର ଆପ ବିନା ଆପଣଙ୍କ ସ୍ମାର୍ଟଫୋନ୍ ବେକାର : ଜାଣନ୍ତୁ କେଉଁ କାମ ହେବ ସହଜ ଓ କିପରି କରିବେ ବ୍ୟବହାର ?

90

ବର୍ତ୍ତମାନ ଚାଲିଛି ସ୍ମାର୍ଟଫୋନ୍ ଯୁଗ । ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସ୍କାର୍ଟଫୋନ ବ୍ୟବହାରୁ କରୁଛନ୍ତି । ସାରା ଦୁନିଆକୁ କବଳିତ କରିସାରିଛି ସ୍ମାର୍ଟଫୋନ୍ । ବିନା ସ୍ମାର୍ଟଫୋନରେ ଦିନ କଟାଇବା ଯେପରି ମୁସ୍କିଲ ହୋଇଗଲାଣି । ଆଜିକାଲି ନିଜର ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନର ବ୍ୟବହାର ଅଧିକ ବଢ଼ିଛି । ଛୋଟରୁ ଆରମ୍ଭ କରି ବଡ କାମ ପର୍ଯ୍ୟନ୍ତ ସବୁଠି ଦରକାର ପଡ଼ୁଛି ସ୍ମାର୍ଟଫୋନ୍ । ସ୍ମାର୍ଟଫୋନ୍ କାମକୁ ଅତି ସରଳ ଓ କମ୍ ସମୟରେ ଅତି ସହଜରେ ହିଁ କରିପାରୁଛି । ସେଥିପାଇଁ ଏହା ଆମ ଜୀବନରେ ଗୁରୁତ୍ୱ ବହନ କରୁଛି । ସମସ୍ତଙ୍କ ମୋବାଇଲରେ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ ଭଳି ଆପ ନିଜର ସ୍ଥିତି ମଜବୁତ କରିଛନ୍ତି । କିନ୍ତୁ ଏସବୁ ଆପରେ ସେମିତି ବିଶେଷ କିଛି କାମ ହେଉନଥିବା ବେଳେ ଆହୁରି ୧୦ ଟି ଆପ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ, ଯାହାକି ଆପଣଙ୍କ ମୋବାଇଲ ପାଇଁ ଅତ୍ୟନ୍ତ ଜରୁରୀ ।

• ଗୁଗଲ ଫିଟ୍ : ଯଦି ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ରହୁଛନ୍ତି ଓ ନିୟମିତ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି, ତେବେ ଜାଣନ୍ତୁ ଏହି ଆପ ବିଷୟରେ । ଏହା ମର୍ନିଙ୍ଗ ୱାକ୍ ସମୟରେ ଆପଣଙ୍କ ଷ୍ଟେପକୁ ଗଣିବାରେ ସକ୍ଷମ ଅଟେ । ଏହା ବ୍ୟତୀତ ଆପଣଙ୍କ ନିୟମିତ ଷ୍ଟେପର ଲକ୍ଷ୍ୟ ମଧ୍ୟ ସେଟ୍ କରିପାରେ ଏବଂ ଆପଣଙ୍କୁ ସୁସ୍ଥ ରଖିବାରେ ସହାୟତା କରେ ।

• ଅଡିଓ ରେକଡର୍ : ମୋବାଇଲ ଫୋନରେ ଅଡିଓ ରେକର୍ଡିଂ ସୁବିଧା ଚାହୁଁଛନ୍ତି କି ? ତେବେ ସୋନୀର ଅଡିଓ ରେକର୍ଡର ଏଥିପାଇଁ ସବୁଠାରୁ ଭଲ । ଏହାକୁ ବ୍ୟବହାର କରିବା ବହୁତ ସହଜ ଓ ମାଗଣା ମଧ୍ୟ ।

• ପୁସ୍ ବୁଲେଟ୍ : ଯଦି ଆପଣ ନିଜ ମୋବାଇଲକୁ ଆସୁଥିବା ନୋଟିଫିକେସନ୍ କମ୍ପ୍ୟୁଟରକୁ ଆଣିବାକୁ ଚାହାଁନ୍ତି, ତେବେ ପୁସ୍ ବୁଲେଟ୍ ଆପ ଆପଣଙ୍କ ପାଇଁ ଭଲ । ପ୍ରଥମେ ଏହି ଆପକୁ ଆପଣଙ୍କ ଫୋନରେ ଇନଷ୍ଟଲ କରିବା ପରେ ବ୍ୟକ୍ତିଗତ କମ୍ପ୍ୟୁଟରରେ ଇନଷ୍ଟଲ କରନ୍ତୁ ଓ ଏହାର ସୁବିଧା ପାଆନ୍ତୁ ।

• ମେସେଞ୍ଜର ଲାଇଟ୍ : ଆପଣ ଯଦି ସମୟ ବଂଚାଇବା ପାଇଁ ଫେସବୁକ୍ ମେସେଞ୍ଜରର ବ୍ୟବହାର କରୁଛନ୍ତି ତେବେ ସାଧାରଣ ମେସେଞ୍ଜର ଆପର ମୁକାବିଲାରେ ମେସେଞ୍ଜର ଲାଇଟ୍ ଆପଣଙ୍କ ପାଇଁ ବେଶି ସୁବିଧାଜନକ । ଏହି ଆପରୁ ଜଟିଳ ଫିଚର୍ସ ଗୁଡିକୁ ବାହାର କରାଯାଇଛି, ଯାହାକି ସହଜରେ ଆପକୁ ଖୋଲିବାରେ ସହାୟକ ହୁଏ ।

• ପକେଟ୍ କାଷ୍ଟସ୍ : ଆଣ୍ଡ୍ରଏଡ ଫୋନରେ ନିର୍ମାଣାଧିନ ପୋଷ୍ଟକାର୍ଡ ଆପ ଆସୁନଥିବା ଯୋଗୁଁ ଆପଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି? ସେଥିପାଇଁ ତାର ବିକଳ୍ପରେ ଆସିଛି ପକେଟ କାଷ୍ଟସ୍ ଆପ । ଅତ୍ୟାଧୁନିକ ଡିଜାଇନ ହୋଇଥିବା ଏହି ଆପ କୁ ଆପଣ ସହଜରେ ବ୍ୟବହାର କରିପାରିବେ ।

• ପକେଟ : ୱେବ୍ , ଟୁଇଟର, ଫେସବୁକ୍ ଆଦିରେ ବ୍ରାଉଜିଙ୍ଗ ସମୟରେ ଆର୍ଟିକଲକୁ ସେଭ୍ କରିବାକୁ ଆପଣଙ୍କ ପାଇଁ ଆସିଛି ଏକ ସୁବିଧାଜନକ ‘ପକେଟ’ ଆପ । ଖାଲି ସମୟରେ କୈାଣସି ଆଟିକଲ୍ସକୁ ସେଭ୍ କରି ପରବର୍ତ୍ତୀ ସମୟରେ ପଢ଼ିପାରିବେ ।

• ୱେଦର ଟାଇମଲାଇନ : ଏହି ଆପଟି ଜଳବାୟୁର ସଠିକ୍ ତଥ୍ୟ ଦେବା ପାଇଁ ଉପଯୋଗୀ । ଏହା ଡାକଁ ସ୍କାଇ ଅର୍ଥାତ ଆଲୋକ ପ୍ରଦୁଷଣକୁ କମାଇବାକୁ ହେଉଥିବା ଅଭିଯାନର ତଥ୍ୟକୁ ବ୍ୟବହାର କରି ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରେ ।

• VSCO : ଆପଣଙ୍କ ଫୋଟୋକୁ ନୂଆ ରୂପ ଦେବାକୁ ଚାହୁଁଛନ୍ତି କି ? ସେଥିପାଇଁ VSCO ହେଉଛି ବେଷ୍ଟ ଫୋଟୋ ଫିଲ୍ଟର୍ସ । ଏହାର ଏଙ୍ଗିଟିଙ୍ଗ ଟୁଲ୍ସ ବହୁତ କାମରେ ଆସୁଛି ।

• ଜିମେଲ କା ଇନବକ୍ସ : ଏହା ଗୁଗଲର ଅନ୍ୟତମ ଆପ । ଏହାର ଲାଭଦାୟକ ଫିଚର୍ସ ଜିମେଲ ଇନବକ୍ସରୁ ପ୍ରମୋଶନାଲ ଇମେଲକୁ ବାଛି ଅଲଗା କରିବାରେ ସହାୟକ ହୁଏ ।

• ୧ ପାସୱାର୍ଡ/ ଲାଷ୍ଟପାସ : ଆଜିକା ଦିନରେ ଇମେଲ, ସୋଶିଆଲ ମିଡିଆ ଆକାଉଣ୍ଟସ୍ ,ଏଟିଏମ୍ ଏବଂ ଅନ୍ୟାନ୍ୟ ଆପ ଗୁଡିକର ଅଧିକ ପାସୱାର୍ଡ ଯୋଗୁଁ ସେଗୁଡିକୁ ମନେ ରଖିବା କଷ୍ଟକର । ଏହାକୁ ସହଜ କରିବା ପାଇଁ ୧ପାସୱାର୍ଡ/ ଲାଷ୍ଟପାସ ହେଉଛି ବେଷ୍ଟ ଆପ । ଏହା ୟୁଜର୍ସର ଆକାଉଣ୍ଟକୁ ସୁରକ୍ଷିତ ମଧ୍ୟ ରଖେ । ପ୍ରଥମରେ ଏହାକୁ ବ୍ୟବହାର କରିବାରେ ଅସୁବିଧା ହୁଏ, କିନ୍ତୁ ପରେ ଏହା ସହଜ ହୋଇଯାଏ ।