ବିଶ୍ୱର ୧୦ଟି ସର୍ବୋକୃଷ୍ଟ ଏୟାରପୋର୍ଟ! ୨୦୧୮ ବର୍ଷର ତାଲିକାରେ ରହିଛି ଏହି ଏୟାରପୋର୍ଟର ନାଁ ।

58
ସ୍କାଏଟ୍ରାକ୍ସ ର ୍ୟାଙ୍କିଙ୍ଗ୍ ସାଇଟ ତରଫରୁ ୨୦୧୮ ବର୍ଷର ସର୍ବୋକୃଷ୍ଟ ଏୟାରପୋର୍ଟର ଏକ ତାଲିକା କରାଯାଇଥିଲା । ଏହି ସର୍ଭେରେ ୧୦ଟି ଏୟାରପୋର୍ଟର ଆଗକୁ ଆସିଥିଲା । ଏହି ତାଲିକାରେ ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଗତ ୬ ବର୍ଷରୁ ଏହି ଏୟାରପୋର୍ଟ ନିଜର ପ୍ରଥମ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି । ଏହାପରେ ଦ୍ୱିତୀୟ ସ୍ଥାନରେ ଆସୁଛି ଦକ୍ଷିଣ କୋରିଆର ଇନସିଓନ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ । ଏହି ଏୟାରପୋର୍ଟର ଷ୍ଟାଫମାନଙ୍କ କାମକୁ ଧ୍ୟାନରେ ରଖି ଏହାକୁ ଆୱାର୍ଡ ମଧ୍ୟ ମିଳିଛି ।
ଏହାପରେ ଟୋକିଓ (ହେନେଡା) ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ତୃତୀୟ ସ୍ଥାନରେ ଆସେ । ଏହା ବିଶ୍ୱର ସବୁଠାରୁ ସଫାସୁତୁରା ଏୟାରପୋର୍ଟ ହୋଇଥିବାରୁ ଏହାକୁ ଆୱାର୍ଡ ମଧ୍ୟ ମିଳିଛି ।
ହଙ୍ଗକଙ୍ଗର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ଆସେ । ଏହି ଏୟାରପୋର୍ଟର ଆତିଥ୍ୟ ଏବଂ ଖାଦ୍ୟପେୟ ବିଶ୍ୱ ପ୍ରସିଦ୍ଧ । ଏହି କାରଣରୁ ଏହାକୁ “ବେଷ୍ଟ୍ ଏୟାରପୋର୍ଟ ଫର୍ ଡାଇନିଙ୍ଗ”ର ଆୱାର୍ଡ ମଧ୍ୟ ମିଳିଛି ।
୩୦ ମିଲିୟନ୍ ଯାତ୍ରୀଙ୍କୁ ଯାତାୟତର ସେବା ଯୋଗାଇ ଦେଉଥିବା ଦୋହା ପ୍ରିଷ୍ଟାଇନ୍ ହାମାଡ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଅଛି । ଏହାର ପରିବେଶ ଖୁବ୍ ଆକର୍ଷଣୀୟ ।ଦ୍ୱିତୀୟ ଚଳପ୍ରଚଳ ଏବଂ ବ୍ୟସ୍ତବହୁଳ ଏୟାରପୋର୍ଟ ହେଉଛି ଜର୍ମାନୀର ମୁନିଚ୍ ଏୟାରପୋର୍ଟ । ସର୍ବୋକୃଷ୍ଟ ଏୟାରପୋର୍ଟ ତାଲିକାରେ ଏହା ଛଅ ନମ୍ବରରେ ଆସେ ।
ଜାପାନର ସେନଟ୍ରେଟ୍ ଏୟାରପୋର୍ଟର କଥା ହିଁ ନିଆରା । ଏହି ଏୟାରପୋର୍ଟ ତାଲିକାର ସପ୍ତମ ସ୍ଥାନରେ ଆସେ । ବିଶ୍ୱର ବ୍ୟସ୍ତବହୁଳ ଏୟାରପୋର୍ଟ ମଧ୍ୟରେ ଲଣ୍ଡନର ହେଲଥରୋ ଏୟାରପୋର୍ଟର କଥା ଆସେ । ଏହି ଏୟାରପୋର୍ଟ ତାଲିକାର ଅଷ୍ଟମ ସ୍ଥାନରେ ଆସେ ।
ଏହାପରେ ନବମ ସ୍ଥାନରେ ଆସେ ସ୍ୱିଜରଲ୍ୟାଣ୍ଡର ଗରିଚ୍ ଏୟାରପୋର୍ଟ ।
ତାଲିକାର ଦଶମ ସ୍ଥାନରେ ଆସେ ଜର୍ମାନୀର ଫ୍ରାଙ୍କଫର୍ଟ ଏୟାରପୋର୍ଟ ପର୍ଯ୍ୟାପ୍ତ ସ୍ଥାନ ଏବଂ ଏକ ସମୟରେ ବହୁ ଉଡାଣକୁ ନେଇ ଏହି ଏୟାରପୋର୍ଟ ଖୁବ୍ ଚର୍ଚ୍ଚିତ ।