ସଙ୍କଟରେ ପଶୁରାଜ ! ମାସକ ଭିତରେ ୨୧ଟି ସିଂହଙ୍କ ମୃତ୍ୟୁ , କୁକୁରରୁ ବ୍ୟାପୁଛି ଭାଇରସ୍ ।

48

ସଂକଟରେ ପଶୁରାଜ ସିଂହ । ଗୁଜୁରାଟ ଗୀର୍ ଅଭୟାରଣ୍ୟରେ ପଡିଛି ସିଂହ ମଡକ । ମାସକ ଭିତରେ ୨୧ଟି ସିଂହଙ୍କର ମୃତ୍ୟୁ ହୋଇଛି । ସେପ୍ଟେମ୍ବର ୨୦ରୁ ୩୦ ଭିତରେ ୧୦ଟି ସିଂହଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ସେପ୍ଟେମ୍ବର ୧୨ରୁ ୧୯ ଭିତରେ ୧୧ଟି ସିଂହଙ୍କର ମୃତ୍ୟୁ ହୋଇଥିଲା ।

ସୂଚନା ଅନୁସାରେ, ଗଜୁରାଟ ଜଙ୍ଗଲ ବିଭାଗ ପକ୍ଷରୁ ସୋମବାର ସିଂହଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି । କାନାଇନ୍ ଡିସଟେମ୍ପର ଭାଇରସ୍ ଦ୍ୱରା ଆକ୍ରାନ୍ତ ହୋଇ ଏହି ସିଂହ ଗୁଡିକର ମୃତ୍ୟୁ ହେଉଥିବା ଜଣାପଡିଛି । କୁକୁରଙ୍କ ଦେହରୁ ସିଂହଙ୍କ ଦେହକୁ ଏହି ଭୂତାଣୁ ଆସିଥାଏ । ଅଭୟାରଣ୍ୟରେ ସିଂହ ପ୍ରତି ବିପଦ ବଢ଼ୁଥିବାରୁ ପ୍ରାଥମିକ ପଦକ୍ଷେପ ସୂରୂପ ୩୧ଟି ସିଂହଙ୍କୁ ସେମାରଡି ଅଂଚଳରୁ ଜାମୱାଲା ଅଂଚଳକୁ ଘଉଡା ଯାଇଥିବା ଜଣାପଡିଛି । ଏହି ଭାଇରସ୍ରେ ଆକ୍ରାନ୍ତ ହୋଇ ୧୯୯୪ରେ ତାଞ୍ଜାନିଆର ସେରେନଗେଟି ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ସିଂହଙ୍କର ମୃତ୍ୟୁ ହୋଇଥିଲା ।