ପାନପତ୍ର ସେବନ ଯୋଗୁଁ ଦୂର ହୁଏ ବିଭିନ୍ନ ରୋଗ ! ଆପଣ ଜାଣିବା ଜରୁରୀ . . . .

451

ଆପଣ ପାନ କେବେ ନାଁ କେବେ ନିଶ୍ଚିତ ଖାଇଥିବେ । ସମସ୍ତ ଭାବନ୍ତି ପାନ ଖାଇବା ଭଲ ନୁହେଁ କିମ୍ବା ପାନ କେବଳ ନିଶା ଦ୍ରବ୍ୟ ରୂପେ ବ୍ୟବହୃତ ହୁଏ । କିନ୍ତୁ ଏପରି ଧାରଣା ବିଲକୁଲ ଭୁଲ । ଆଜି ଆମେ ପାନ ପତ୍ରର ଉପକାରିତା ବିଷୟରେ ଆଲୋଚନା କରିବା । ପାନ ଏକ ମାଉଥ ଫ୍ରେସନର ପରି କାମ କରେ । ଏହାସହ ଶରୀରର ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ପାନ । ପାନକୁ ସବୁ ବୟସର ଲୋକେ ସେବନ କରିପାରିବେ । କୌଣସି ସମାରୋହ, ଭୋଜନ ପରେ, ଉତ୍ତମ ହଜମ କ୍ରିୟା ପାଇଁ ଓ ମୁଖସୁଗନ୍ଧ ପାଇଁ ଏହାକୁ ବ୍ୟବହାର କରାଯାଏ । ତେବେ ଏହା ବ୍ୟତୀତ ଅନେକ ସମସ୍ୟାରୁ ରକ୍ଷା କରେ ପାନ ।

ପାଟିର ସ୍ଵାଦ ବଦଳାଇବା ନିମନ୍ତେ ସାଧାରଣତଃ ମିଠାପାନ ଖିଆଯାଏ । ପ୍ରକୃତରେ ପାନପତ୍ର ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ପାନକୁ ବିଭିନ୍ନ ପ୍ରାକାର ନିଶାଦ୍ରବ୍ୟ, ତମାଖୁ, ଗୁଣ୍ଡି ସହ ଖାଇବା ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହେଲେ ଏହି ପତ୍ରକୁ ଖାଲି ଚୋବାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ମିଠା ପାନ କିମ୍ବା ପାନପତ୍ରାରେ ଲବଙ୍ଗ, ଗୁଜୁରାତି ସହ ଖାଇବା ଶରୀର ପାଇଁ ଉପକାରୀ । ତେବେ ଆପଣ ଜାଣନ୍ତି କି ପାନକୁୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ ।

– ଆପଣ ଜାଣନ୍ତି କି ପାନ ପତ୍ରକୁ ଆମେ ଆଣ୍ଟିସେପ୍ଟିକ ରୂପେ ବ୍ୟବହାର କରିପାରିବା । ପାନ ପତ୍ରକୁ ଆପଣ ଆଘାତପ୍ରାପ୍ତ ସ୍ଥାନରେ ଲଗାଇପାରିବେ । ଆଘାତପ୍ରାପ୍ତ ସ୍ଥାନରେ ପାନ ପତ୍ରକୁ ବାନ୍ଧିବା ଦ୍ୱାରା ଆରାମ ମିଳିବ ।
– ଅନିଦ୍ରା ହୋଇ କିମ୍ବା ଅନ୍ୟ କୌଣସି କାରଣବଶତଃ ଯଦି ଆପଣଙ୍କ ଆଖି ଲାଲ ହେଉଛି, ତେବେ ଏପରିସ୍ଥଳେ ବି ଆପଣ ପାନ ପତ୍ରର ଉପଯୋଗ କରିପାରିବେ । ଏଥିପାଇଁ ପାନ ପତ୍ରକୁ ପାଣିରେ ଫୁଟାନ୍ତୁ । ଆଉ ସେହି ପାଣିରେ ଫୁଟା ସେହି ପାଣିକୁ ଆଖି ଧୁଅନ୍ତୁ । ଏପରି କିରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

– ନିୟମିତ ପାନପତ୍ର ଚୋବାଇ ଖାଇଲେ ଏହାର ରସ ଦନ୍ତ ଓ ମାଢି ଉପରେ ଉତ୍ତମ ପ୍ରଭାବ ପକାଏ । ମାଢି ବିନ୍ଧାରୁ ରକ୍ଷା ମିଳେ ।

– ଯଦି ଆପଣଙ୍କ ସ୍ୱରେ ଭାରି ପବଣ ରହିଛି , ତେବେ ଏଥିପାଇଁ ଆପଣ ପାନ ପତ୍ର ସେବନ କରିବା ଦରକାର । ପାନ ପତ୍ର ସେବନ କରିବା ଦ୍ୱାରା ଆପଙ୍କ ସ୍ୱର ପତଳା ହୋଇଯିବ ।

– ପାନରେ ଆଣ୍ଟି ଡାଇବେଟିସ୍ ଗୁଣ ଥିବାରୁ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରେ ।

– ଯୁବତୀ ଓ ମହିଳାମାନେ ନିୟମିତ ଏହି ପାନପତ୍ରକୁ ଚୋବାଇ ଖାଇବା ଭଲ । ଏଥିରେ ଥିବା ଆଣ୍ଟି ଡାଇବେଟିସ୍ ତ୍ଵଚାରେ ଭାଙ୍ଗ ପକାଇନଥାଏ ।

– ୧ ଚାମଚ ଲେମ୍ବୁ ରସ ଓ ୧ ଚାମଚ ପାନରାସ ମିଶାଇ ଖାଇଲେ କବ୍ମରୁ ମୁକ୍ତି ମିଳେ ।

– ମୁଣ୍ଡ ବିନ୍ଧା ହେଉଥିଲେ ପାନପତ୍ରର ପେଷ୍ଟକୁ ମଥାରେ ଲଗାଇ ଶୁଖିଲା ପରେ ଧୋଇଦେବେ । କିଛି ସମୟ ମଧ୍ୟରେ ମୁଣ୍ଡା ବିନ୍ଧା କମିଯାଏ ।

– ଯଦି ଆପଣ କଫ ସମସ୍ୟା ଭୋଗୁଛନ୍ତି, ତେବେ ପାନ ପତ୍ର ଓ ପାଣିରେ ଚିନି ମିଳାଇ ଫୁଟାନ୍ତୁ । ଏହପରେ ଏହି ମିଶ୍ରଣକୁ ସେବନ କରନ୍ତୁ । ଖୁବ ଶୀଘ୍ର ଆପଣଙ୍କ କଫରୁ ମୁକ୍ତି ମିଳିବ ।