ଜମ୍ମୁ-କଶ୍ମୀର: ବାରମୂଳାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ, ଗୁଳିମାଡରେ ଜଣେ ଆତଙ୍କବାଦୀ ମୃତ

22

କନକ ବ୍ୟୁରୋ : ସୀମାରେ ଗୁଳିଚାଳନା । ଜମ୍ମୁ କଶ୍ମୀରର ବାରମୂଳାରେ ପୁଣି ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ୨ଜଣ ଆତଙ୍କବାଦୀ ଲୁଚି ରହି ଗୁଳିଚାଳନା କରିଥିଲେ । ଆତଙ୍କବାଦୀଙ୍କ ଆକ୍ରମଣର କଡା ଜବାବ ଦେଇଛି ଭାରତୀୟ ସେନା । ଯବାନଙ୍କ ପ୍ରତିଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଭୋର ୩ଟା ବେଳେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି । ଏବେବି ଜଣେ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଇଛି । ସ୍ଥାନୀୟ ଅଂଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।