ଏଠାରେ ୧ ଲକ୍ଷ ଟଙ୍କା ନିବେଶ ଉପରେ ମିଳିଛି ବଡ ଫାଇଦା ! ମାତ୍ର ଦୁଇ ବର୍ଷରେ ହେଲା ୫ ଲକ୍ଷ ଟଙ୍କା ।

47

ସୁରକ୍ଷିତ ଭବିଷ୍ୟତ ପାଇଁ ନିବେଶ କରିବା ଅତ୍ୟନ୍ତ ଜରୁରୀ ଅଟେ । ନିବେଶ ପାଇଁ ସବୁବେଳେ ଏମିତି ବିକଳ୍ପ ଖୋଜିବା ଉଚିତ, ଯେଉଁଠି ଆପଣଙ୍କ ଟଙ୍କା କମ ସମୟରେ ଦୁଇଗୁଣା କିମ୍ବା ତିନିଗୁଣା ହୋଇଯିବ । ବହୁତ ସାରା ବ୍ୟାଙ୍କ ସେଭିଙ୍ଗ ଆକାଉଣ୍ଟ, ଏଫଡି, ପୋଷ୍ଟ ଅଫିସ କିମ୍ବା ଏହିଭଳି ଅନ୍ୟ ଯୋଜନାରେ ନିବେଶ କରିଥାନ୍ତି । କିନ୍ତୁ ଏଠାରେ ଆପଣଙ୍କ ଟଙ୍କା ଦୁଇଗୁଣା ହେବା ପାଇଁ ୫ ବର୍ଷରୁ ଅଧିକ ସମୟ ଲାଗିଥାଏ ।

ତେବେ ଯଦି ମାତ୍ର ୨ ବର୍ଷ ମଧ୍ୟରେ ଆପଣଙ୍କ ନିବେଶ ୫୦୦ ପ୍ରତିଶତରୁ ଅଧିକ ହୋଇଯାଏ ତେବେ ଏହା ଆପଣଙ୍କ ପାଇଁ କେତେ ବଡ ଲାଭଜନକ ହେବ । ପ୍ରକୃତରେ ଏମିତି ହୋଇଛି । ଏଠାରେ ମାତ୍ର ୨ ବର୍ଷରେ ନିବେଶକ ମାନଙ୍କର ୧ ଲକ୍ଷ ଟଙ୍କା, ୫ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି । ଆମେ ଆପଣଙ୍କୁ କହୁଛୁ ମିଂଡା ଇଣ୍ଡଷ୍ଟ୍ରୀଜ ବାବଦରେ । ମିଂଡା ଇଣ୍ଡଷ୍ଟ୍ରୀଜର ଗୋଟିଏ ସେୟାରର ମୂଲ୍ୟ ଦୁଇ ବର୍ଷ ପୂର୍ବେ ୨୦୧୬ ମେ ୬ ତାରିଖରେ ୨୦୦ ଟଙ୍କା ଥିଲା କିନ୍ତୁ ୨୦୧୮ ଠିକ ଏହି ଦିନରେ ସେୟାରର ମୂଲ୍ୟ ୧୩୦୪ ଟଙ୍କା ହୋଇଯାଇଥିଲା ।

ଯଦି ଟଙ୍କା ବୃଦ୍ଧିର ପ୍ରତିଶତ ଉପରେ ନଜର ପକାଇବା ତେବେ ଏହା ୫୫୦ ପ୍ରତିଶତରୁ ଅଧିକ ରହିଛି । ତେବେ ଯଦି କୌଣସି ନିବେଶକ ୨୦୧୬ ମେ ମାସରେ ମିଂଡା ଇଣ୍ଡଷ୍ଟ୍ରୀଜରେ ୧ ଲକ୍ଷ ଟଙ୍କାର ସେୟାର କିଣିଛନ୍ତି ତେବେ ଏହାର ମୂଲ୍ୟ ଏବେ ୫.୫୦ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି । ମିଂଡା ଇଣ୍ଡଷ୍ଟ୍ରୀଜ ଅଟୋ କମ୍ପୋନେଟ୍ ନିର୍ମାତା କମ୍ପାନୀ ଅଟେ । ଏହି କମ୍ପାନୀର କ୍ଲାଏଣ୍ଟ ହୋଣ୍ଡା, ଟିଭିଏସ, ୟାମାହା, ରୟାଲ ଏନଫିଲ୍ଡ ଏବଂ ସୁଜୁକି ଭଳି କମ୍ପାନୀ ଅଟେ ।