କରୋନା ନେଇ ରାଜ୍ୟ ସରକାରଙ୍କ ତାଜା ତଥ୍ୟ । ମୁଖ୍ୟ ଶାସନ ସଚିବ କହିଲେ, ଓଡିଶାରେ ମୃତ୍ୟୁହାର ସବୁଠୁ କମ୍ । ପ୍ରାୟ ୧ଲକ୍ଷ ଲୋକ କ୍ୱାରେଣ୍ଟିନ ସେଂଟରରୁ ଡିସଚାର୍ଜ ହୋଇ ଘରକୁ ଗଲେଣି ।

407

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ତରଫରୁ ତାଜା ତଥ୍ୟ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି କହିଛନ୍ତି, କରୋନା ଭଳି ସମସ୍ୟା ଆଗରୁ ବିଶ୍ୱ ଦେଖିନଥିଲା । କରୋନା ବିରୋଧରେ ଆଗକୁ ଲମ୍ବା ଲଢେଇ ଚାଲିବ । ତେବେ ଓଡିଶା ସରକାରଙ୍କ ପୂର୍ବପ୍ରସ୍ତୁତି ଯୋଗୁଁ କରୋନା ସଂକ୍ରମଣ ବିଶେଷ କ୍ଷତି କରିପାରି ନାହିଁ ।

ଭାରତ ତୁଳନାରେ ଓଡିଶାରେ ସଂକ୍ରମଣ ପ୍ରତିଶତ ହାର କମ୍ । ସେହିପରି ଓଡିଶାର କରୋନା ମୃତ୍ୟୁ ହାର ସବୁଠୁ କମ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପଂଚାୟତସ୍ତରରେ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ରଖିବା ଏକ ସଫଳ ନିଷ୍ପତି । ରାଜ୍ୟରେ ବିଭିନ୍ନ କ୍ୱାରେନଟିନ୍ କେନ୍ଦ୍ରରେ ମୋଟ ୮ଲକ୍ଷ ଶଯ୍ୟା ସରକାର ପ୍ରସ୍ତୁତ ରଖିଥିବା ବେଳେ ମାତ୍ର ୩ଲକ୍ଷ ଶଯ୍ୟା ବର୍ତମାନ ପୂରଣ ହୋଇଛି । ପ୍ରାୟ ୧ଲକ୍ଷ ଲୋକ ସଙ୍ଗରୋଧ ଅବଧି ସରିବା ପରେ କ୍ୱାରେନଟିନ୍ ସେଂଟରରୁ ଘରକୁ ଫେରିଲେଣି ।

ସବୁଠାରୁ ବଡ଼ କଥା ହେଲା, ଆଗକୁ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନତାର ଆବଶ୍ୟକତା ରହିଛି । ହଟସ୍ପଟ ଅଞ୍ଚଳ ଫେରନ୍ତାଙ୍କ ଏବଂ ବିଦେଶ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍ ପଲିସି କରାଯାଇଛି । ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବା ପ୍ରବାସୀଙ୍କୁ ସିଧା କ୍ୱାରେଣ୍ଟିନରେ ରଖାଯାଉଛି । ତେବେ ରାଜ୍ୟ ସରକାର ଏଭଳି ସ୍ଥିତିରେ ଦେଶର ଅନ୍ୟ ରାଜ୍ୟଠୁ ପ୍ରସ୍ୁତି ଏବଂ ପଦକ୍ଷେପରେ ଆଗୁଆ ରହିଛନ୍ତି ।