ଗାଁ ହେବ ଡିଜିଟାଲ: ଆଗାମୀ ୫ ବର୍ଷରେ ୧ ଲକ୍ଷ ଡିଜିଟାଲ ଗାଁ ପାଇଁ ବଜେଟରେ ଘୋଷଣା

150

ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବଜେଟ ଉପସ୍ଥାପନ କରି ଡିଜିଟାଲ ଭିଲେଜ୍ ପ୍ରସ୍ତୁତ ନେଇ ପୀୟୁଷ ଗୋଏଲ ଘୋଷଣା କରିଛନ୍ତି । ପାଖାପାଖି ୫ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ କରିଥିଲେ । ଲଗାତର ଭାବରେ ଏହା ଅନୁସାରେ ଅନେକ ନୂଆ ଯୋଜନା ଲଂଚ କରାଯାଇଛି । ଗ୍ରାମାଂଚଳ ମାନଙ୍କରେ ଏ ଫାଇବର ବିଛା ଯାଇଛି । ଗାଁଗୁଡିକରେ ୱାଇଫାଇ କନେକ୍ସଟିଭିଟି ପହଂଚାଇବା ପାଇଁ କାମ କରାଯାଉଛି । ୯୦ ପ୍ରତିଶତରୁ ଅଧିକ ଭାରତୀୟ ନାଗରୀକଙ୍କର ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି । ସେହିପରି ସରକାରଙ୍କ ତରଫରୁ ଗ୍ରାମୀଣ ଅଂଚଳମାନଙ୍କରେବ ବିଭିନ୍ନ ସେଂଟର ମଧ୍ୟ ନିର୍ମାଣ କରାଯାଇଛି । ଏଥିପାଇଁ ୪୦ ହଜାର ଗ୍ରାମ ପଂଚାୟତରେ ୱାଇଫାଇ ହଟସ୍ପର୍ଟ ଲଗାଯାଇଛି ବୋଲି ପୀୟୁଷ ଗୋଏଲ ଦାବି ବଜେଟ୍ ଉପସ୍ଥାପନ କଲା ବେଳେ ଦାବି କରିଛନ୍ତି ।

ସଂସଦରେ ବଜେଟ୍ ଉପସ୍ଥାପନା କରିବା ସହିତ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗାଏଲ କହିଛନ୍ତି କିି, ଭାରତ ଷ୍ଟାର୍ଟଅପର ଦ୍ୱିତୀୟ ସବୁଠାରୁ ବଡ ହବ୍ ପାଲଟିଯାଇଛି । ସରକାରଙ୍କ ତରଫରୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଟେକ୍ନୋଲୋଜି ଉପରେ ପ୍ରୋଗ୍ରାମ ପ୍ରସ୍ତୁତ କରାଯାଇଛି । ଏବଂ ନ୍ୟାସନାଲ ସେଂଟର୍ସ ମଧ୍ୟ ନିର୍ମାଣ କରାଯାଇଛି । ଏଥିସହିତ ହିଁ ସେଂଟର ଅଫ ଏକ୍ସଲେନ୍ସ ବି ପ୍ରସ୍ତୁତ କରାଯାଇଛି । ନ୍ୟାସନାଲ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପୋର୍ଟାଲ ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ ।

ପୀୟୁଷ ଗୋଏଲ ବଜେଟ୍ ୨୦୧୯, ଅବସରରେ ଡିଜିଟାଲ ଇଣ୍ଡିଆକୁ ନେଇ ଏକଥା କହିଛନ୍ତି କି,

• ମୋବାଇଲ ଡାଟା ବ୍ୟବହାର କରିବାରେ ଭାରତ ୧ ନମ୍ବର ଦେଶ ରହିଛି

• ମାସିକ ଡାଟା କନଜପ୍ସନ ୫୦ ଗୁଣା ବୃଦ୍ଧି ପାଇଛି

• ବିଶ୍ୱରେ ସବୁଠାରୁ ଶସ୍ତା ଡାଟା ଏବଂ କଲିଂ ରହିଛି

• ମୋବାଇଲ କଂପାନୀଗୁଡିକ ଭାରତରେ ନିଯୁକ୍ତି ଦେଉଛନ୍ତି

• କମନ ସର୍ଭିସ ସେଂଟର ଗ୍ରାମୀଣ ଅଂଚଳମାନଙ୍କରେ ବୃଦ୍ଧି ପାଉଛି ଏବଂ ଡିଜିଟାଲ ଭିଲେଜ ପ୍ରସ୍ତୁତ ହେଉଛି ।

• ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଡିଜିଟାଲ ଭିଲେଜ ପ୍ରସ୍ତୁତ କରାଯିବ ।

ସେହିଭଳି ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବଜେଟ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ପାଇଁ ସବୁଠାରୁ ବଡ ଘୋଷଣା କରିଛନ୍ତି । ଆୟକର ରିହାତି ସୀମା ୨.୫ ଲକ୍ଷରୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ । ଅର୍ଥାତ୍ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ କୈାଣସି ଟିକସ ଦେବାକୁ ପଡିବ ନାହିଁ । ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ୦% ଟିକସ ଦେବାକୁ ପଡୁଥିଲା । ଏବେ ମୋଦି ସରକାର ନିଜ ଶେଷ ବଜେଟରେ ବଡ ଘୋଷଣା କରି ମୋଦି ନେଇଛନ୍ତି ଏକ ବଡ ପଦକ୍ଷେପ । ପୂର୍ବରୁ ବଜେଟରେ ଆୟକର ରିହାତି ନେଇ ମଧ୍ୟ ପୂର୍ବାନୁମାନ କରାଯାଉଥିଲା ।

ସେହିଭଳି ସାଢେ ୬ ଲକ୍ଷ ଟଙ୍କାର ନିବେଶ ଉପରେ ମଧ୍ୟ କୈାଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ମଧ୍ୟ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି । ଅର୍ଥାତ୍ ଯଦି ଆପଣ ସାଢେ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ କରୁଛନ୍ତି ଏବଂ ଏଥିରେ ଆପଣ ନିବେଶ ମଧ୍ୟ କରୁଛନ୍ତି, ତେବେ ଆପଣଙ୍କୁ କୈାଣସି ଆୟକର ଦେବାକୁ ପଡିବ ନାହିଁ । ଦେଶରେ ପାଖାପାଖି ୩ କୋଟି ମଧ୍ୟବିତ୍ତ ପରିବାର ଯେଉଁମାନେ ଆୟକର ପରିଧି ଭିତରକୁ ଆସୁଥିଲେ, ସେମାନେ ଏଥିରୁ ଉପକୃତ ହେବା ଅନୁମାନ କରାଯାଉଛି ।