ଅହମଦାବାଦ : ଭୁଷୁଡି ପଡିଲା ବିପଦ ସଂକୁଳ ଅବସ୍ଥାରେ ଥିବା ୨ ମହଲା କୋଠା, ଜଣେ ମୃତ

19

କନକ ବ୍ୟୁରୋ : ଭୁଷୁଡି ପଡିଲା ୨ମହଲା କୋଠା । ଅହମଦାବାଦରେ ବିପୁଦସଙ୍କୁଳ ଅବସ୍ଥାରେ ଥିବା ଏକ ଦୁଇ ମହଲା କୋଠା ଭୁଷୁଡିପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଖୁ ଦେଖୁ ଭୁଷୁଡି ପଡିଛି କୋଠା । ଆଉ ସ୍ଥାନୀୟ ଲୋକେ ଏହି ଦୃଶ୍ୟକୁ ମୋବାଇଲରେ କଏଦ କରିଛନ୍ତି । ଏହି କୋଠାରେ ରହୁଥିବା ୧୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ବର୍ଷ ପୁରୁଣା ଏହି କୋଠାର କିଛି ଅଂଶ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ଲୋକେ ।

ଏହାର କିଛି ସମୟ ପରେ ହିଁ ସମ୍ପୂର୍ଣ୍ଣ କୋଠାଟି ଭୁଷୁଡି ପଡିଥିଲା । ଗୁରୁବାର ଭୋରରୁ ଏହି ଘଟଣା ଘଟିଛି । ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ଏହି କୋଠାର କିଛି ଅଂଶ ଭାଙ୍ଗିଯାଇଥିଲା । ତେବେ କେବଳ ଜୁଲାଇ ୨୬ତାରିଖ ଦିନ ପୁରା ରାଜ୍ୟରେ ପାଖାପାଖି ୫୦ଟି କୋଠା ଓ ନିର୍ମାଣଧିନ କୋଠା ଭୁଷୁଡିପଡିଥିବା ଖବର ମିଳିଛି । ଏହାସହ ଗୁଜରାଟର ୨୮୦ଟି କୋଠାକୁ ବିପଦସଙ୍କୁଳ ଘୋଷଣା କରାଯାଇଛି ।